28.1 C
Bhubaneswar
Friday, April 26, 2024
Homeଖେଳଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ ଆଜିଠାରୁ

ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ ଆଜିଠାରୁ

ମାଞ୍ଚେଷ୍ଟର : କ୍ରିକେଟ୍‌ର ଦୁଇ ମହାଶକ୍ତି ଭାରତ ଓ ଇଂଲଣ୍ଡ ମଧ୍ୟରେ ଅତି ରୋଚକ ଓ ରୋମାଞ୍ଚକର ଟେଷ୍ଟ ଶୃଙ୍ଖଳା ଶେଷହେବାକୁ ଯାଉଛି। ଆଜିଠାରୁ ସ୍ଥାନୀୟ ଓଲ୍‌ଡ ଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେଉଛି। ତେବେ ଭାରତୀୟ ଦଳର ୪ର୍ଥ ସଦସ୍ୟ ସହକାରୀ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବାରୁ ଏହି ମ୍ୟାଚ୍‌ ଖେଳାଯିବାକୁ ନେଇ ସନ୍ଦେହ ରହିଛି। ଯଦି ଏହି ମ୍ୟାଚ୍‌ ବାତିଲ ହୁଏ କିମ୍ବା ମ୍ୟାଚ୍‌ରେ ଭାରତୀୟ ଦଳ ପରାଜୟ ଏଡ଼ାଇପାରେ । ତେବେ ୨୦୦୭ ପରେ ଇଂଲଣ୍ଡ ମାଟିରେ ଭାରତ ଟେଷ୍ଟ ଶୃଙ୍ଖଳା ଜିତିପାରିବ। ଫଳରେ ଉଭୟ ଅଷ୍ଟ୍ରେଲିଆ‌ରେ ​ଟେଷ୍ଟ ସିରିଜ୍‌ ଜିତିବାର ଏତିହାସିକ କୃତିତ୍ବ ଭାରତୀୟ ଦଳ ହାସଲ କରିବ। ୪ଟି ଟେଷ୍ଟ ପରେ ଭାରତ ଶୃଙ୍ଖଳାରେ ୨-୧ରେ ଆଗୁଆ ଅଛି।

ଅନ୍ୟପକ୍ଷରେ ପରାଜୟ ଏଡ଼ାଇବା ପାଇଁ ଘରୋଇ ଇଂଲଣ୍ଡ ପାଖରେ ବିଜୟ ଛଡ଼ା ବିକଳ୍ପ ନାହିଁ। ପୁଣି ମ୍ୟାଚ୍ ମଝିରେ ବର୍ଷା ବାଧକ ସାଜିବାର ଆଶଙ୍କା ଥିବାରୁ ଇଂଲଣ୍ଡର କାମ ଆହୁରି କଷ୍ଟକର ହୋଇଯିବ। ଅବଶ୍ୟ ଘରୋଇମାଟିରେ ଖେଳିବାର ଫାଇଦା ଇଂଲଣ୍ଡକୁ ମିଳିବ। ଏହି ପଡ଼ିଆରେ ଗତ ୧୫ଟି ଟେଷ୍ଟ ମ୍ୟାଚ୍‌ରୁ ଇଂଲଣ୍ଡ ୧୨ଟି ଜିତିଛି । ତେବେ ଭଙ୍ଗୁରୀୟ ଇଂଲଣ୍ଡ ବ୍ୟାଟିଂ ଏବଂ ଅଦ୍ୟାବଧି ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ବୋଲିଂକୁ ଦେଖିଲେ; ମ୍ୟାଚ୍‌ ଜିତିବାକୁ ଭାରତ ଅଧିକ ଦାବିଦାର । ମାଞ୍ଚେଷ୍ଟରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୯ଟି ଟେଷ୍ଟ ଖେଳା ଯାଇଥିବା ବେଳେ ଭାରତ ଥରେ ମଧ୍ୟ ଜିତିନାହିଁ। ଏହି ଧାରା ବଜାୟ ରଖିବାକୁ ଜୋ ରୁଟ୍‌ଙ୍କ ଦଳ ନିଶ୍ଚିତ ଚାହିଁବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking