28.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ମୃତ୍ୟୁରେ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି। ଦୈନିକ କରୋନା ଜନିତ ମୃତ୍ୟୁ ୧୦ରେ ସୀମତି ରହୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନୁଗୁଳ,କଟକ,ଜଗତସିଂହପୁରରୁ ଜଣେ ଲେଖାଏଁ, କେନ୍ଦ୍ରାପଡା,ମୟୁଭରଞ୍ଜ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୮,୦୮୪ରେ ପହଞ୍ଚିଛି।

ଅନ୍ୟପଟେ, ଆଜି ପୁଣି ୭୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩୫ ଓ ସ୍ଥାନୀୟ ଅଞ୍ଚଳରୁ ୩୧୦ ଜଣ ଚିହ୍ନଟ ହେବା ସହ ୧୧୯ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୧୦, ବାଲେଶ୍ୱର ୩୨, ବରଗଡ ୧୧, ଭଦ୍ରକରେ ୯ ଓ କଟକରୁ ୧୨୦ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୬, ଢେଙ୍କାନାଳ ୯, ଞ୍ଜାମ ୩, ଜଗତସିଂହପୁର ୧୮, ଯାଜପୁର ୨୭ ଓ କନ୍ଧମାଳରୁ ୩ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡା ଜିଲାରେ ୧୮, କେନ୍ଦୁଝର ୫, ଖୋର୍ଦ୍ଧାରୁ ୨୯୭, କୋରାପୁଟରୁ ୧, ମାଲକାନଗିରିରୁ ୧ ଓ ମୟୁରଭଞ୍ଜରୁ ୩୨ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁରରେ ୪, ନୟାଗଡ ୧୧, ନୂଆପଡା ୨, ପୁରୀ ୧୭, ରାୟଗଡା ୨ ଓ ସମ୍ବଲପୁରରେ ୧୦ ଚିହ୍ନଟ ହୋଇଛନ୍ତି। ଏଥିସହିତ ସୁନ୍ଦରଗଡରେ ୨୪ ଓ ଷ୍ଟେଟପୁଲରୁ ୭୨ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୮୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୯ ହଜାର ୮୫୯ ରହିଥିବା ବେଳେ ୭ ହଜାର ୮୭ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking