28.1 C
Bhubaneswar
Friday, April 26, 2024
Homeଖେଳଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ମହିଳା ଟି-୨୦ ସିରିଜ୍ : ଟିମ୍‌କୁ ଫେରିଲେ କ୍ୟାପ୍‌ଟେନ୍ ହରମନ୍‌ପ୍ରୀତ୍‌

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ମହିଳା ଟି-୨୦ ସିରିଜ୍ : ଟିମ୍‌କୁ ଫେରିଲେ କ୍ୟାପ୍‌ଟେନ୍ ହରମନ୍‌ପ୍ରୀତ୍‌

ଗୋଲ୍ଡକୋଷ୍ଟ: ଦିନିକିଆ ସିରିଜ୍ ଓ ଏକମାତ୍ର ଦିବାରାତ୍ର ମ୍ୟାଚ୍ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଠାରୁ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ । ଦିନିକିଆ ସିରିଜ୍ ହାରିବା ପରେ ଏକମାତ୍ର ପିଙ୍କ୍‌ବଲ୍ ଟେଷ୍ଟରେ ଉନ୍ନତ ପ୍ରଦର୍ଶନ ସହ ଡ୍ର’ କରିଥିବା ଭାରତୀୟ ଟିମ୍‌ର ମନୋବଳ ଦୃଢ଼ ରହିଛି । ଅନ୍ୟପକ୍ଷରେ ଆହତ ସମସ୍ୟାରୁ ଫିଟ୍ ହୋଇ କ୍ୟାପ୍‌ଟେନ୍ ହରମନପ୍ରୀତ୍ କୌର୍ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଭାରତୀୟ ଶିବିର ଉତ୍ସାହିତ ଅଛି । ଫଳରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍‌ରେ ବିଜୟୀ ହୋଇ ଗସ୍ତର ଅନ୍ତ କରିବାକୁ ଟିମ୍ ଇଣ୍ଡିଆ ପ୍ରଚେଷ୍ଟା କରିବ । ଅଙ୍ଗୁଳିରେ ଆଘାତ ଯୋଗୁଁ ହରମନ୍‌ପ୍ରୀତ୍ ଦିନିକିଆ ସିରିଜ୍ ସମେତ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିପାରି ନଥିଲେ । ଏବେ ଫିଟ୍ ହୋଇ ଫେରିଥିବାରୁ ଟିମ୍‌ର ବ୍ୟାଟିଂ ଆକ୍ରମଣ ଆହୁରି ଶାଣିତ ହେବ ।

ଯୁବ ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନାଙ୍କ ଓପ୍ନିଂ ଯୋଡ଼ି ଆକର୍ଷଣୀୟ ଫର୍ମରେ ଅଛନ୍ତି । ମନ୍ଧାନା କିଛିଦିନ ତଳେ କ୍ୟାରିୟର୍‌ର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । ବିଭିନ୍ନ ଫର୍ମାଟ୍‌ରେ ଟିମ୍ ଇଣ୍ଡିଆ ସାମଞ୍ଜସ୍ୟ ରକ୍ଷା କରିପାରିବାର କ୍ଷମତା ରଖିଥିବା ଗସ୍ତରେ ପ୍ରଦର୍ଶିତ ହୋଇସାରିଛି । ଟିମ୍ ପିଙ୍କ୍‌ବଲ୍ ଟେଷ୍ଟରେ ନିଜର ଦବ୍‌ଦବା ଜାହିର କରିବାରେ ସଫଳ ହୋଇଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆର କ୍ରମାଗତ ୨୬ ଦିନିକିଆ ମ୍ୟାଚ୍ ବିଜୟ ଅଭଯାନରେ ବ୍ରେକ୍ ଲଗାଇଥିଲା ।

ଆଗାମୀ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱ କପ୍ ପୂର୍ବରୁ ହରମନ୍‌ପ୍ରୀତ୍‌ଙ୍କ ପାଇଁ ଏହି ଟି-୨୦ ସିରିଜ୍ ବିଶେଷ ମହତ୍ତ୍ୱପୂର୍ଣ୍ଣ ହେବ । ସେ କ୍ରିକେଟ୍‌ର ଛୋଟ ଫର୍ମାଟ୍‌ରେ ମ୍ୟାଚ୍ ବିଜେତା ହୋଇଥିବା ବେଳେ ଏହି ସିରିଜ୍‌ରେ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବୋଲର୍ ଶେଫାଳୀ, ମନ୍ଧାନା ଓ ହରମନ୍‌ପ୍ରୀତ୍‌ଙ୍କୁ ଟାର୍ଗେଟ୍‌ରେ ରଖିବ । ଟିମ୍ ନିକଟରେ କେତେକ ଅଲ୍‌ରାଉଣ୍ଡର୍ ଥିବା ଯୋଗୁଁ ଟିମ୍ ବଡ଼ ଫର୍ମାଟ୍‌ରେ ଶକ୍ତିଶାଳୀ ଲାଗିଥାଏ । ମାତ୍ର ଭାରତ ତାକୁ ଚାଲେଞ୍ଜ୍ ଦେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଜଣାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking