41.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗଉତ୍ତରାଖଣ୍ଡରେ ଗ୍ଲାସିୟର ଭାଙ୍ଗି ୧୫୦ ନିଖୋଜ

ଉତ୍ତରାଖଣ୍ଡରେ ଗ୍ଲାସିୟର ଭାଙ୍ଗି ୧୫୦ ନିଖୋଜ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ପୁଣି ଏକ ଦୁଃଖଦ ଘଟଣା ଘଟିଛି । ଚମୋଲି ଠାରେ ଗ୍ଲାସିୟର ଭାଙ୍ଗି ଅଚାନକ ଜଳ ସ୍ତର ବଢିଯାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ରୁଷିଗଙ୍ଗା ପ୍ରକଳ୍ପ ଡ୍ୟାମଟି ଭାଙ୍ଗି ଯାଇଛି । ସୂଚନା ଅନୁସାରେ ଏହି ପ୍ରକଳ୍ପରେ କାମ କରୁଥିବା ପ୍ରାୟ ୧୫୦ ଜଣ କର୍ମଚାରୀ ନିଖୋଜ ଅଛନ୍ତି । ଚମୋଲିର ଜିଲ୍ଲା ଅଧିକାରୀ ନଦୀ ନିକଟରେ ରହୁୁଥିବା ଗ୍ରାମବାସୀଙ୍କୁ ତୁରନ୍ତ ବାହାରକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୁହାଯାଉଛି ଯେ , ତପୋବନ ଅଞ୍ଚଳର ଏକ ଗ୍ଲାସିୟର ଭାଙ୍ଗି ଯିବାରୁ ରୁଷିଗଙ୍ଗା ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଏହିଠାରେ ଥବା ଅଳକା ନନ୍ଦା ନଦୀ ତଟରେ ରହୁଥିବା ସମସ୍ତ ଗ୍ରାମବାସୀଙ୍କୁ ମଧ୍ୟ ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକାରୀଙ୍କ କହିବା ଅନୁସାରେ ଏସଡିଆରଏଫ,ଆଇଟିବିପି, ଏନଡିଆରଏଫର ସେନାବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ତଳ ଅଞ୍ଚଳ ଗୁଡିକରେ ହାଇ ରେଡ ଆଲର୍ଟ ଜାରି କରାଯାଇଛି । ବନ୍ଧ ଭାଙ୍ଗିବାରୁ ନଦୀର ପାଣି ତଳ ଅଞ୍ଚଳକୁ ପ୍ରବାହିତ ହେଉଛି । ଏହାସହ ଫସିଥିବା ଲୋକ ମାନଙ୍କୁ ବାହାର କରାଯାଉଛି । ଏହି ପ୍ରକଳ୍ପରେ ପ୍ରାୟ ୧୦୦ରୁ ୧୫୦ ଲୋକ ଭାସି ଯାଇଥିବା ଅନୁମାନ କରାଯାଉଛି ।

ଏହି ଘଟଣାରେ ଉତ୍ତରାଖଣ୍ଡର ମୁଖ୍ୟ ମନ୍ତ୍ରୀଙ୍କ ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ କଥା ହୋଇଛନ୍ତି ଓ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking