33.1 C
Bhubaneswar
Monday, May 13, 2024
Homeବ୍ରେକୀଙ୍ଗଏନଏମଏକୁ ପ୍ରଶାସନର ଚିଠି

ଏନଏମଏକୁ ପ୍ରଶାସନର ଚିଠି

ପୂରୀ : ଜାତୀୟ ସ୍ମାରକ ପ୍ରାଧିକରଣ ଏନଏମଏର ଅଧିନିୟମ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି । ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଏନେଇ ସଂସ୍କୃତି ବିଭାଗର ଏନଏମକମକୁ ଚିଠି ଲେଖି ୍ରଅନୁରୋଧ କରିଛନ୍ତି । ଏହି ଅଧିନିୟମ କାର୍ଯ୍ୟର୍କାରୀ ହେଲେ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କର ସେବା କରୁଥିବା ସେବାୟତ ମାନେ କ୍ଷତି ସହିବେ । ତେଣୁ ସେବାୟତ , ଭକ୍ତ ଓ ଭଗବାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିୟମକୁ ପ୍ରତ୍ୟାହାର କରିବା ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଛି ।

ଏହାନେଇ ଶ୍ରୀମନ୍ଦିର ସମ୍ମୁଖରେ ବିଭିନ୍ନ ନିଯୋଗର ସେବାୟତ ମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଆଜି ଗଣ ମାଧ୍ୟମକୁ କହିଛନ୍ତି , ଏହି ପ୍ରସ୍ତାବିତ ଅଧିନିୟମକୁ ପ୍ରତ୍ୟାହାର କରାନଗଲେ ସେବାୟତ ମାନେ ସର୍ବୋଚ୍ଚ ନ୍ୟାୟ୍ୟାଳୟ ଯିବେ ।

ତେବେ ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଏହି ପ୍ରସ୍ତାବିତ ନିୟମକୁ ନେଇ ଅଧିକ ତର୍ଜମା କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୁପକ୍ଷ , ସେବାୟତ ,ଷ୍ଟେକ ହୋଲ୍ଡର ମାନଙ୍କର ମତାମତ ନିଆଯିବ ସିମୀତ ସମୟ ମଧ୍ୟରେ ମତାମତ ନିଆଯାଇ ଜାତୀୟ କିର୍ତ୍ତୀରାଜି କର୍ତ୍ତୁପକ୍ଷଙ୍କୁ ରିପୋର୍ଟ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking