34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ, ସାମ୍ନାକୁ ଆସିଲା ବଡ ତଥ୍ୟ

ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ, ସାମ୍ନାକୁ ଆସିଲା ବଡ ତଥ୍ୟ

ଓ୍ୱାଶିଂଟନ : ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢଉ କରିଥିଲା । କୁହାଯାଉଛି ଯେ, ଏଫବିଆଇ ନ୍ୟୁକ୍ଲିଅର ଦସ୍ତାବିଜ ସନ୍ଧାନରେ ଟ୍ରମ୍ପଙ୍କ ଘରେ ଚଢଉ କରିଥିଲା । ଓ୍ୱାଶିଂଟନ ପୋଷ୍ଟ ପକ୍ଷରୁ ଏନେଇ ବଡ ଦାବି କରାଯାଇଛି ।
ସୂଚନାନୁସାରେ, ଏଫବିଆଇ ନିକଟରେ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ତଲାସୀ ଅଭିଯାନ କରିଥିଲା । ସେଠାରୁ ସଂସ୍ଥା ବିପୁଳ ପରିମାଣର କାଗଜପତ୍ର ଜବତ କରିଥିଲା । ଏଫବିଆଇ ସୂତ୍ରାନୁସାରେ, ଏହି ଚଢଉ ଜାଣିଶୁଣି କରାଯାଇଥିଲା ଯେତେବେଳେ ଟ୍ରମ୍ପ ଘରେ ନଥିଲେ । ଟ୍ରମ୍ପ ଥିଲେ ଚଢଉ ପ୍ରଭାବିତ ହୋଇଥାନ୍ତା । ଏପରିକି ଟ୍ରମ୍ପ ଚଢଉକୁ ରାଜନୈତିକ ପ୍ରସଙ୍ଗ କରିପାରିଥାନ୍ତେ । ଏହାପୂର୍ବରୁ କୁହାଯାଇଥିଲା ଯେ, ଟ୍ରମ୍ପଙ୍କ ଘରେ ହ୍ୱାଇଟ୍ ହାଉସ ସହ ଜଡିତ କିଛି କାଗଜପତ୍ର ସନ୍ଧାନ ପାଇଁ ଚଢଉ ହୋଇଥିଲା । ଯାହାକୁ ସେ ହ୍ୱାଇଟ୍ ହାଉସ୍ ଛାଡିବା ପରେ ଫ୍ଲୋରିଡା ନେଇ ଆସିଥିଲେ । ଆଇନ ମନ୍ତ୍ରାଳୟ ଏହି ଚଢଉ କରିଥିଲା । ଗତ ମେ ରେ ମଧ୍ୟ ମନ୍ତ୍ରାଳୟ ଟ୍ରମ୍ପଙ୍କ କିଛି ଘନିଷ୍ଠଙ୍କୁ ଜେରା କରିଥିଲା । ଏଫବିଆଇ ଅନୁସାରେ, ସଂସ୍ଥା ପ୍ରେସିଡେନସିଆଲ୍ ରେକର୍ଡ ଆକ୍ଟ ସମ୍ବନ୍ଧୀୟ ମାମଲାର ଯାଞ୍ଚ କରୁଛି । କିଛି ଦିନ ପୂର୍ବରୁ ୧୫ଟି ବାକ୍ସରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking