29.1 C
Bhubaneswar
Thursday, May 23, 2024
Homeଅପରାଧ୪ ମାସର ଗର୍ଭବତୀଙ୍କୁ ଜୀବନ୍ତ ଜାଳିଦେଲେ ଶାଶୁଘର ଲୋକେ !

୪ ମାସର ଗର୍ଭବତୀଙ୍କୁ ଜୀବନ୍ତ ଜାଳିଦେଲେ ଶାଶୁଘର ଲୋକେ !

କୋଲକାତା: ଯୌତୁକ ଲୋଭରେ ପିଶାଚ ସାଜିଲେ ଶାଶୁର ଘରଲୋକେ । ପଶ୍ଚିମବଙ୍ଗର ମାଲଦାରେ ୪ ମାସର ଗର୍ଭବତୀ ଥିବା ମହିଳାଙ୍କୁ ଜୀବନ୍ତ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ । ସାତ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ମହିଳା ଜଣକ ଗତକାଲି ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏପରି ଅଭାବନୀୟ ଘଟଣା ରାଟୁଆ ବ୍ଲକର ସମ୍ବଲପୁର ପଞ୍ଚାୟତର ଅଜିମଗଞ୍ଜ ଗ୍ରାମରୁ ସାମ୍ନାକୁ ଆସିଛି । ତେବେ ମୃତ୍ୟୁ ମହିଳା ଜଣକ ୨୩ ବର୍ଷର ପ୍ରିୟଙ୍କା ରାବିଦାସ । ତେବେ ଏପରି ଘଟଣା ପରେ ପ୍ରିୟଙ୍କର ସ୍ୱାମୀ ସହ ସମ୍ପର୍ଣ୍ଣ ପରିବାର ଫେରାରଥିବା ପୋଲିସ ସୂଚନା ଦେଇଛି ।

ଝିଅର ମୃତ୍ୟୁ ପରେ ଝିଅର ପିତା ରାଜକୁମାର ରବିଦାସ ଥାନାରେ ଶାଶୁଘର ଲୋକଙ୍କ ବୁରୋଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଛିନ୍ତି । ଭିଯୋଗ ଅନୁଯାୟୀ, ଗତ ଅଗଷ୍ଟ ୧ ତାରିଖ ରାତିରେ ତାଙ୍କ ଜ୍ୱାଇଁ ଅକୁଲ ତାର ପରିବାର ଲୋକଙ୍କ ସହ ମିଶି ପ୍ରିୟଙ୍କାକୁ ମାରପିଟ କରିଥିଲା । ପରେ ତାକୁ ଏବଂ ତାର ଗର୍ଭରେ ଥିବା ୪ମାସର ସନ୍ତାନକୁ ଜୀବନ୍ତ ପୋଡି ଦେଇଥିଲେ । ପ୍ରିୟଙ୍କର ପାଟି ଶୁଣି ପଡୋଶୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ତାକୁ ତୁରନ୍ତ ମେଡିକାଲକୁ ନେଇ ଯାଇଥିଲେ । ରଜକୁମାରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଗତ ୧ ତାରିଖରୁ ଶାଶୁଘର ଲୋକେ ଫେରାର ଥିବା ବେଳେ ତାଙ୍କୁ ଖେଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ମାଲଦା ପୋଲିସ । ପୋଲିସ ଏସିପି ପ୍ରଦୀପ କୁମାର ୟାଦବ କହିଛନ୍ତି,‘‘ ଡାଉରୀକୁ ନେଇ ହତ୍ୟା କରାଯାଇଥିବା ଏକ ଲିଖିତ ଅଭିଯୋଗ ଆଧାରରେ ତଦନ୍ତ କରାଯାଉଛି । ତୁରନ୍ତ ମୃତ ପ୍ରିୟଙ୍କାର ପରିବାର ଲୋଙ୍କୁ ଖୋଜି ବାହାର କରାଯିବ ।’’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking