30.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶଅନାହାର ଯୋଗୁ ସୁଦାନରେ ୫୦୦ ପିଲାଙ୍କ ମୃତ୍ୟୁ

ଅନାହାର ଯୋଗୁ ସୁଦାନରେ ୫୦୦ ପିଲାଙ୍କ ମୃତ୍ୟୁ

ଖାର୍ତୁମ : ସୁଦାନରେ ଅନାହାର ଯୋଗୁ ପ୍ରାୟ ୫୦୦ ପିଲାଙ୍କର ମୃତ୍ୟୁ ଘଟିଛି । ଆଗକୁ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ସେଭ୍ ଦି ଚିଲଡ୍ରେନ ସଂସ୍ଥା ପକ୍ଷରୁ କୁହାଯାଇଛି । ଗତ ଏପ୍ରିଲରେ ଗୃହଯୁଦ୍ଧ ଆରମ୍ଭ ହେବା ପରଠାରୁ ସେଭ୍ ଦି ଚିଲ୍େଡ୍ରନ ଅନୁଷ୍ଠାନ ଏହାର ୫୭ଟି ପୁଷ୍ଟିସାଧନ କେନ୍ଦ୍ରକୁ ବନ୍ଦ କରିଦେଇଛି ।

ଫଳରେ ୩୧ ହଜାରରୁ ଅଧିକ ପିଲା ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନ ୧୦୮ଟି କେନ୍ଦ୍ର ଚାଲିଛି । ଅନାହାରରେ ନାଇଲ ରାଜ୍ୟରେ ସର୍ବାଧିକ ୩୧୬ ଜଣ ପିଲା ପ୍ରାଣ ହରାଇଥିଲା ବେଳେ ଜେଡାରଫ ରାଜ୍ୟରେ ୧୩୨ ଜଣ ଏବଂ ଖାର୍ତୁମରେ ୫୦ରୁ ଅଧିକ ପିଲାଙ୍କର ମୃତ୍ୟୁ ଘଟିଛି । ଗୃହଯୁଦ୍ଧ ଯୋଗୁ ସୁଦାନରେ ଅନେକ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରୁଥିବା କାରଖାନାକୁ ପୋଡି ଦିଆଯାଇଛି । ଫଳରେ ସେଠାରେ ଉତ୍ପାଦନ ସମ୍ଭବ ହୋଇପାରୁନାହିଁ । ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking