27.5 C
Bhubaneswar
Monday, July 22, 2024
Homeଅପରାଧଧୋକାର ପରିଣାମ ମୃତ୍ୟୁ କହି ପ୍ରେମିକାର ଗଳା କାଟି ହସି ହସି ବୟାନ ଦେଲା ପ୍ରେମିକ

ଧୋକାର ପରିଣାମ ମୃତ୍ୟୁ କହି ପ୍ରେମିକାର ଗଳା କାଟି ହସି ହସି ବୟାନ ଦେଲା ପ୍ରେମିକ

ଉତ୍ତରପ୍ରଦେଶ : ପ୍ରେମିକାର ଗଳା କାଟି ହତ୍ୟା କରି, ଧୋକାର ପରିଣାମ ମୃତ୍ୟୁ ବୋଲି କହି ହସି ହସି ପ୍ରେମିକ ଦେଲା ଆଶ୍ଚର୍ଯ୍ୟକର ବୟାନ । ହତ୍ୟା କରିବା ପରେ ମଧ୍ୟ ତା ମନରେ ସାମାନ୍ୟତମ ଭୟ ନାହିଁ । ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ବୁଲନ୍ଦଶହରର ଏକ ଶ୍ମଶାନ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ। କେହି ତାଙ୍କ ଗଳାକାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଏହାପରେ ପୁଲିସ ଖୋଜାଖୋଜି କରି ସ୍ଥାନୀୟ ଅଞ୍ଚଳର ଅଦନାନ ନାମକ ଜଣେ ଯୁବକକୁ ଅଟକ ରଖିଥିଲା। ତେବେ ପଚରା ଉଚରା ସମୟରେ ଅଦନାନ ଯୁବତୀଙ୍କ ଗଳା କାଟି ହତ୍ୟା କରିଥିବା ସ୍ୱୀକାର କରିଛି। ପ୍ରେମରେ ଧୋକା ଦେଇଥିବାରୁ ସେ ଏପରି କରିଥିବା କହିଛି। ଅଦନାନା କହିଛି ଯେ, ସେ ଆସମାନଙ୍କ ସହ ଦୀର୍ଘଦିନ ହେବ ସମ୍ପର୍କରେ ଥିଲେ। କିଛି ଦିନ ହେବ ତାଙ୍କ ଫୋନ୍ ଖରାପ ହୋଇ ଯାଇଥିଲେ। ସେ ତାଙ୍କୁ ୧୦ ହଜାର ଟଙ୍କାର ଏକ ନୂଆ ଫୋନ୍ କିଣି ଦେଇଥିଲେ। କିନ୍ତୁ ଯେତେବେଳେ କଲ୍ କରୁଥିଲେ, ନଂ ବ୍ୟସ୍ତ ଆସୁଥିଲା। ଫଳରେ ଆସମାନ ଅନ୍ୟ କାହା ସହ କଥା ହେଉଥିବା ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟ ଯେଉଁ ଶ୍ମଶାନ ନିକଟରେ ପ୍ରାୟତଃ ଦେଖା କରନ୍ତି, ସେଠାକୁ ଆସମାନଙ୍କୁ ଡାକିଥିଲା। ସେ ସେଠାକୁ ଆସିବା ପରେ ତାଙ୍କ ଫୋନ୍ ଯାଞ୍ଚ କରିଥିଲେ ଏବଂ ଅନ୍ୟ ନଂ ସହ କଥା ହେବା ଦେଖି ସେହିଠାରେ ହିଁ ଗଳା କାଟି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ବାବଦରେ ସ୍ୱୀକାର କରିବା ବେଳେ ଅଦନାନ ହସୁଥିବାର ଦେଖିବାକୁ ମିଳୁଛି। ଅଦନାନ କହିଛି ଯେ, ସେ ସଞ୍ଜୟ ଦତ୍ତଙ୍କ ଫ୍ୟାନ। ଖଳନାୟକ ସିନେନା ଦେଖି ହତ୍ୟା କରିଛି। ପ୍ରେମରେ ଧୋକା ଦେଉଥିବା ବ୍ୟକ୍ତିର ପରିଣାମ ମୃତ୍ୟୁ। କେବଳ ପ୍ରେମରେ ନୁହେଁ ଯଦି କେହି ବନ୍ଧୁ ବି ମୋତେ ଧୋକା ଦିଅନ୍ତି ତେବେ ମୁଁ ତାଙ୍କୁ ବି ଜୀବନରୁ ମାରିଦେବି। ପୁଲିସ ଏହି ମାମଲାରେ ଅଦନାନକୁ ଗିରଫ କରି କୋର୍ଟଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking