27.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଏଣିକି ନଡା ଜାଳିଲେ ଦେବାକୁ ପଡିବ ଡବଲ ପେନାଲ୍ଟି

ଏଣିକି ନଡା ଜାଳିଲେ ଦେବାକୁ ପଡିବ ଡବଲ ପେନାଲ୍ଟି

ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ଆଉ ଏହି ପ୍ରଦୂଷଣ ପାଇଁ ମୁଖ୍ୟ ଭାବେ ପଡୋଶୀ ରାଜ୍ୟରେ ନଡ଼ା ଜାଳିବାକୁ ଦାୟୀ କରାଯାଉଛି। ତେବେ ଏହି ନଡ଼ା ଜାଳିବାକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ ପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥର ନଡ଼ା ଜାଳିଲେ ଆଉ ତ୍ରାହି ନାହିଁ। ଦେବାକୁ ପଡିବ ଡବଲ ପେନାଲ୍ଟି। ଜରିମାନା ଡବଲ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ନଡ଼ା ଜାଳିବା ଉପରେ ଜରିମାନା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ୫ ଏକରରୁ ଅଧିକ ଜମି ଥିବା କୃଷକଙ୍କୁ ୩୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ୨ ଏକରରୁ କମ୍ ଜମି ଥିବା କୃଷକଙ୍କୁ ଜରିମାନା ୫ ହଜାର ଟଙ୍କା ଏବଂ୨ ରୁ ୫ ଏକର ମଧ୍ୟରେ ଜମି ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ।ଗତ ମାସରେ ସୁପ୍ରିମକୋର୍ଟ ନଡ଼ା ଜାଳିବାକୁ ନେଇ ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking