28.1 C
Bhubaneswar
Thursday, May 2, 2024
Homeଓଡିଶାଇଡିଅଟ୍ ପକ୍ଷରୁ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ

ଇଡିଅଟ୍ ପକ୍ଷରୁ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଇଡିଅଟ୍ ଏବଂ ତରଫରୁ ଜୀବଦୟା ଫାଉଣ୍ଡେସନ ସହାୟତାରେ ଗତକାଲି ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇସାଇକେଲ ଓ ହୁଇଲଚେୟାର ପ୍ରଦାନ କରାଯାଇଥିଲା ।
ଏହି କାଯର୍ର‌୍ୟକ୍ରମରେ ଜିଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ମୁଖ୍ର ଅତିଥି ଯୋଗଦେଇ ଇଡିଅଟ୍ ତରଫରୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସା କରିଥିଲେ । ଏହାଦ୍ୱାରା ଛାତ୍ରୀଛାତ୍ରମାନେ ଜୀବିକା ଧରଣର ମାନ ଉନ୍ନତି ହେବା ସିହିତ ଶିକ୍ଷା କ୍ଷେତ୍ରରେ ଉପକୃତ ହୋଇପାରିବେ । ଯେଉଁ ଭିନ୍ନକ୍ଷମ ମାନଙ୍କ ଚିକିତ୍ସା ପାଇଁ ଅର୍ଥର ଅଭାବ ରହିଛି ଏବଂ ଚିକିତ୍ସା ସହାୟତା ଚାହୁଁଛନ୍ତି ସେମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ପାଇପାରିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ କହିଲେ ଭିନକ୍ଷମ ମାନେ ଟ୍ରାଇସାଇକେଲ ଓ ହୁଇଲଚେୟାର ପାଇବା ବଡ ଖୁସିର କଥା ।

ଏହା ଶୈକ୍ଷିକ ବିକାଶ କ୍ଷେତ୍ରରେ ବେଶ୍ ସହାୟକ ହୋଇପାରିବ ବୋଲି କହିଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିମା ଦାଶ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନକ୍ଷ୍ନମ ମାନେ ସାମଜିକ ସୁରକ୍ଷା ଯୋଜନାରେ ଲାଭ ପାଇବା ପାଇଁ ହକଦାର ସହିତ ବିଭିନ୍ନ ଯୋଜନାରେ ସହାୟତା ନେବାକୁ ସେ କହିଥିଲେ । ଏନ୍‌ଟିପିସି କଣିହାଁର ଏଜିଏମ୍ ରଫିକ୍ ଉଲ ଇସଲାମ କହିଲେ ଜୀବନ ଜୀବିକାର ଉନ୍ନତି ପାଇଁ ସାମାଜିକ ସୁରକ୍ଷା ପଦକ୍ଷେପ ଜରୁରୀ । ଅନ୍ୟତମ ଅତିଥି ଭାବେ ଏନ୍‌ଟିପିସି ସାମାଜିକ ଦାୟିତ୍ୱବୋଧ ବିଭାଗ ଅଧିକାରୀ ଭିସ୍ମଦେବ ନାୟକ, ସମଗ୍ର ଶିକ୍ଷା ଅନ୍ତର୍ନିିହିତ ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଇଡିଅଟର ଚେୟାରମ୍ୟାନ ପ୍ରଳୟ ଦାସ ସଭାପତିତ୍ୱରେ ଉପଦେଷ୍ଟା ବିପିନ ବିହାରୀ ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ନିଦ୍ଦେର୍ରଶକ ଶିଶିର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାଯର୍ର‌୍ୟକ୍ରମରେ ୩୩ଜଣ ଛାତ୍ରୀଛାତ୍ର ଓ ୧୮ରୁ ୩୫ବର୍ଷ ମଧ୍ୟରେ ସତେଇଶ ଜଣଙ୍କୁ ଟ୍ରାଇସାଇକେଲ ଓ ହୁଇଲଚେୟାର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking