ଜମି ଦୁର୍ନିତୀ ମାମଲାରେ ଅଭିଯୁକ୍ତଙ୍କ ଜାମିନ ଖାରଜ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ତହସିଲ୍ ଅଧିନରେ ଭଗବାନପୁର ଠାରେ ଥିବା ସାନଷାଠିଏ ବାଟିଆ ଅଚଂଳରେ ଥିବା ଜଳାଶୟର କିଶମ ପରିବର୍ତନ କରିବା ଦୁର୍ନୀତି ମାମଲାରେ ଜିଲ୍ଲା ଦୈରାଜଜ୍ ଅତିରିକ୍ତ ତହସିଲଦାର ସମେତ ୪ଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ଖାରଜ କରିଥିବା ଜଣାପଡିଛି । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ଦୈରାଜଜ୍ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀ ଅଭିଯୁକ୍ତ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ, ରେକର୍ଡ କିପର ଦୁଷ୍ମନ୍ତ ଦେହୁରୀ, ଅମିନ ସୈାମ୍ୟରଞ୍ଜନ ପରିଡା ଓରଫ ଲିପୁ, ଜମି କ୍ରେତା ବେବିନା ବେହେରାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଅଭିଯୁକ୍ତମାନେ ଜଳାଶୟର କିସମ ପରିବର୍ତନ କରି ସାରଦ-୨ କରିବାରେ ଷଡଯନ୍ତ୍ର କରିଥିବା ଏବଂ ସଂଗଠିତ ଭାବେ ଯେପରି ତହିସିଲ କାର୍ଯ୍ୟାଳୟରେ ବେଆଇନ କାର୍ଯ୍ୟ କରିଥିବା ମକଦ୍ଦମାର ତଦନ୍ତ ଚାଲିଥିବା ଆଦି ଘଟଣାର ବିଚାରକୁ ନେଇ ସମସ୍ତଙ୍କର ଜାମିନକୁ ଖାରଜ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here