33.1 C
Bhubaneswar
Saturday, April 27, 2024
Homeଓଡିଶାଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର

ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର

ଭୁବନେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ସମନ୍ୱିତ ଶିଶୁ ବିକାଶ (ଆଇସିଡିଏସ୍) ସୁପରଭାଇଜର ସୁବର୍ଣ୍ଣା ସିଂ । ଜଣେ ନବନିଯୁକ୍ତ ଅଙ୍ଗନବାଡ଼ି କର୍ମୀଙ୍କ କାଗଜପତ୍ର ଯାଞ୍ଚ ପାଇଁ ସେ ଲାଞ୍ଚ ଦାବି କରିଥିଲେ । ଏନେଇ ଭିଜିଲାନ୍ସ ପକ୍ଷରୁ ଶ୍ରୀ ସିଂଙ୍କ କାର୍ଯ୍ୟାଳୟ ସହ ବାସଭବନରେ ଚଢ଼ାଉ କରାଯାଇଛି ।

ଜଣାପଡ଼ିଛି ଯେ, ମହିଳା ଓ ଶିଶୁ ବିଭାଗ ପକ୍ଷରୁ ବରହମପୁର ସେକ୍ଟର ଅଧୀନ ନରଣପୁରଠାରେ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସେଠାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଅଙ୍ଗନବାଡ଼ି କର୍ମୀ ସୀତାମଣି ଦେହୁରୀଙ୍କ କାଗଜପତ୍ର ଯାଞ୍ଚ ପାଇଁ ଶ୍ରୀ ସିଂ ୧୦ ହଜାର ଲାଞ୍ଚ ମାଗିଥିଲେ । ଏନେଇ ସୀତାମଣି ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ତେବେ ସୁପରାଭଇଜର ଶ୍ରୀ ସିଂ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା । ତେବେ ଏହି ଘଟଣାରେ ଆଉ କାହାର ହାତ ରହିଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking