ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ଏ ଗୁପ୍ତାଙ୍କ ମୃତ୍ୟୁ ହୋଇଛି । ଏହି ବିମାନଟି ମଧ୍ୟ ଭାରତର ଏକ ଏୟାରବେସରୁ ଯୁଦ୍ଧ ପ୍ରଶିକ୍ଷଣ ମିଶନ ପାଇଁ ଉଡାଣ ଆରମ୍ଭ କରିଥିଲା । ତେବେ ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନଙ୍କ ମୃତ୍ୟୁରେ ଭାରତୀୟ ବାୟୁସେନା ଗମ୍ଭୀର ସମବେଦନା ଜଣାଇଛି । ତାଙ୍କ ପରିବାର ସହିତ ଭାରତୀୟ ବାୟୁସେନା ରହିଛି ବୋଲି କହିଛି । ଦୁର୍ଘଟଣା କେଉଁ କାରଣ ପାଇଁ ହେଲା, ତାହା ଜାଣିବା ପାଇଁ କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦିଆଯାଇଛି ।
The IAF lost Group Captain A Gupta in the tragic accident. IAF expresses deep condolences and stands firmly with the family members. A Court of Inquiry has been ordered to determine the cause of the accident.
— Indian Air Force (@IAF_MCC) March 17, 2021