32.1 C
Bhubaneswar
Saturday, May 18, 2024
Homeଓଡିଶାସ୍କୋର୍ପିଓ ଧକ୍କାରେ ଦାନ୍ତିଆମୁହାଁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ

ସ୍କୋର୍ପିଓ ଧକ୍କାରେ ଦାନ୍ତିଆମୁହାଁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ

ମୟୂରଭଞ୍ଜ : ଡ୍ୟୁଟି ଆସିବା ବାଟରେ ଦୁର୍ଘଟଣାରେ କର୍ମଚାରୀଙ୍କ ମୃତ୍ୟୁ । ୧୮ନଂ ଜାତୀୟ ରାଜପଥ କଡରେ ଠିଆ ହୋଇ କଥା ହେଉଥିବା ବେଳେ ସ୍କୋର୍ପିଓ ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ। ଘଟଣାଟି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ବୁଢୀଖମାରି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଆଜି ସକାଳ ୮ ସମୟରେ ଘଟିଥିବା ଜଣାପଡ଼ିଛି। ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ମୋରଡା ବ୍ଲକ ଦାନ୍ତିଆମୁହାଁ ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ (PEO) ଅନୀଲ କୁମାର ମହାନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଆଲୋଚନା ଅନୁଯାୟୀ ଶ୍ରୀ ମହାନ୍ତି ରାସ୍ତାପାର୍ଶ୍ୱରେ ଛିଡା ହୋଇ କଥା ହେଉଥିବା ସମୟରେ JH05BE4149 ନଂ ର ଧଳା ରଙ୍ଗର ସ୍କୋର୍ପିଓ ହଠାତ ପଛପଟୁ ଆସି ଧକ୍କା ମାରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଘଟଣା ସମ୍ପର୍କରେ ଖବରପାଇ କେସିପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତଜାରୀ ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking