24.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶଔରଙ୍ଗଜେବ ବିରୋଧୀ ଆକ୍ରୋଶ; ଛାଭା ଫିଲ୍ମକୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ ଫଡନଭୀସ୍‌

ଔରଙ୍ଗଜେବ ବିରୋଧୀ ଆକ୍ରୋଶ; ଛାଭା ଫିଲ୍ମକୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ ଫଡନଭୀସ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ଔରଙ୍ଗଜେବ ବିବାଦ ଏବଂ ସୋମବାର ନାଗପୁରରେ ଘଟିଥିବା ହିଂସା ମଧ୍ୟରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ୍ ମଙ୍ଗଳବାର ନିଜ ବୟାନ୍ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ୧୭ଶ ଶତାବ୍ଦୀର ମୋଗଲ ସମ୍ରାଟଙ୍କ ବିରୋଧରେ ଲୋକଙ୍କ କ୍ରୋଧ ପାଇଁ ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଛାଭା’କୁ ସିଧାସଳଖ ଦାୟୀ କରିଛନ୍ତି। ଛାଭା ଚଳଚ୍ଚିତ୍ର ଔରଙ୍ଗଜେବଙ୍କ ବିରୁଦ୍ଧରେ ଲୋକଙ୍କ କ୍ରୋଧକୁ ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି। ସେହିପରି ନାଗପୁରରେ ହିନ୍ଦୁ ପକ୍ଷ ଇସଲାମ୍ ଧର୍ମର କଲ୍‌ମା ଲେଖାଥିବା ଏକ ପୋଷାକକୁ ପୋଡିବା ନେଇ ଗୁଜବ ସୃଷ୍ଟି ହେବା ପରେ ସଂଘଠିତ ହୋଇଥିବା ଦଙ୍ଗାକୁ ମୁଖ୍ୟମନ୍ତ୍ରୀ ପୂର୍ବ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି।

ମହାରାଷ୍ଟ୍ର ବିଧାନସଭାରେ ଦଙ୍ଗା ସମ୍ପର୍କରେ ନିଜ ବୟାନ ରଖିବା ଅବସରରେ ମୁଖ୍ୟମନ୍ତ୍ରୀ ଫଡନଭୀସ ଏପରି କହିଛନ୍ତି। ସେ ରାଜ୍ୟବାସୀଙ୍କୁ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ସୋମବାର ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଏବଂ ବଜରଙ୍ଗ ଗୋଷ୍ଠୀର ସଦସ୍ୟମାନେ ସମ୍ରାଟ ଔରଙ୍ଗଜେବଙ୍କ ପ୍ରତିମୂର୍ତ୍ତି ଏବଂ ତାଙ୍କ ସମାଧିସ୍ଥଳକୁ ନିକଟବର୍ତ୍ତୀ ଔରଙ୍ଗଜାବ ସହରରୁ ହଟାଇବା ଦାବି କରି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ଏକ ଗୁଜବ ସୃଷ୍ଟି ହୋଇଥିଲା ଯାହାକୁ ନେଇ ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତି ଉତ୍ପନ୍ନ ହୋଇଥିଲା। ନାଗପୁରରେ ଘଟିଥିବା ହିଂସାରେ ଅନେକ ଗାଡ଼ିକୁ ପୋଡିଦିଆଯାଇଥିଲା ଏବଂ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଯାଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅତି କମରେ ୧୫ ଜଣ ପୋଲିସ କର୍ମଚାରୀ ଥିଲେ, ଯାହାଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking