28.1 C
Bhubaneswar
Friday, April 26, 2024
Homeଓଡିଶାଇଚ୍ଛାମୃତ୍ୟୁ ଆବେଦନ କରିବି : ଦୀପିକା

ଇଚ୍ଛାମୃତ୍ୟୁ ଆବେଦନ କରିବି : ଦୀପିକା

ବ୍ରହ୍ମପୁର : ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ଆବେଦନ କରିବେ ଦୀପିକା । ତୁରନ୍ତ ନ୍ୟାୟ ନ ମିଳିଲେ ଇଚ୍ଛାମୃତ୍ୟୁ ଆବେଦନ କରିବେ କହିଲେ ଦୀପିକା । ୫୧ ଦିନ ହେଲାଣି ପତ୍ନୀ ମାନ୍ୟତା ଦାବିରେ ଧାରଣାରେ ବସିଛନ୍ତି ଦୀପିକା । ବ୍ରହ୍ମପୁର ଦେଶୀ ବେହେରାସାହିରେ ସ୍ତ୍ରୀ ମାନ୍ୟତା ଦାବିରେ ବସି ରହିଛନ୍ତି ।
ଏହା ପୂର୍ବରୁ ନ୍ୟାୟ ପାଇଁ ମହିଳା କମିଶନରେ ହାଜର ହୋଇଥିଲେ ଦୀପିକା ଓ ସ୍ୱେଚ୍ଛାସେବୀ ପ୍ରମିଳା ତ୍ରିପାଠୀ । ସୋମବାର ଦୀପିକା ଓ ଦିନେଶଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ ମହିଳା କମିଶନ । କେ ଦୀପିକା ନିଜର ଅଧିକାର ଓ ଛୁଆକୁ ବାପାର ହକ ଦାବିରେ ଦିନେଶଙ୍କ ଘର ଆଗରେ ୫୧ ଦିନ ହେଲା ଦୀପିକା ଧାରଣା ଦେଇଛନ୍ତି ।ହେଲେ ଦିନେଶଙ୍କ ପରିବାରବର୍ଗ ଘର ଫାଟକରେ ତାଲା ପକାଇ କୁଆଡେ ଼ଚାଲିଯାଇଛନ୍ତି । ସୂଚନା ମୁତାବକ, ସ୍ତ୍ରୀର ମାନ୍ୟତା ଦାବିରେ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଦେଶୀ ବେହେରାସାହିରେ ଦିନେଶଙ୍କ ଘର ଆଗରେ ଦୀର୍ଘ ଦିନ ହେଲା ଦୀପିକା ଧାରଣା ଦେଇଛନ୍ତି । ମଙ୍ଗଳବାର ସମାଧାନ ପାଇଁ ରାଜ୍ୟ ମହିଳା କମିଶନ ତାଙ୍କୁ ଡକାଇଥିବାବେଳେ ହାଜର ହୋଇଥିଲେ ବ୍ରହ୍ମପୁରର କେ.ଦୀପିକା । ପ୍ରେମିକ ଦିନେଶ ମହିଳା କମିଶନରେ ହାଜର ହୋଇନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking