33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମୋତେ ମାଡମାରି ଫସାଯାଇଛି

ମୋତେ ମାଡମାରି ଫସାଯାଇଛି

ଭୁବନେଶ୍ୱର,(ଓଏନଏ): ବହୁ ଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଫସାଯାଇଥିବା ସେ କହିଛି । କୋର୍ଟରେ ହାଜର ହୋଇ ବାହାରିବା ପରେ ସରୋଜ ଏହି ପ୍ରତିକ୍ରିୟା ଦେଇଛି । ସେ କିଛି କରିନି ବୋଲି ଗଣମାଧ୍ୟମ ଆଗରେ କହିଛି । ସେ କିଛି ଜାଣିନି, କିଛି କରିନି ଆଉ ନିର୍ଦ୍ଦୋଶ ବୋଲି କହିଛି । ତାକୁ ଫସାଯାଇଛି ଓ ଏସଆଇଟି ତାକୁ ବାଡେଇଛି ବୋଲି କହିଛି ସରୋଜ । ସୂଚନାଯୋଗ୍ୟ ଯେ , ପରୀ ହତ୍ୟା ମାମଲାରେ ପୋକ୍ସୋ କୋର୍ଟରେ ଆଜି ହାଜର ହୋଇଥିଲା ଅଭିଯୁକ୍ତ ସରୋଜ ସେଠୀ । ସରୋଜ ସେଠୀକୁ ଆଜି ଜେଲ କର୍ତ୍ତୃପକ୍ଷ କୋର୍ଟରେ ହାଜର କରାଇଥିଲେ । ପୂର୍ବରୁ ପରୀ ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ଏସଆଇଟି । ଘଟଣାସ୍ଥଳରେ ଅଭିଯୁକ୍ତ ସରୋଜ ସେଠୀ ମଧ୍ୟ ଉପସ୍ଥିତ ରହିଥିଲା । ସେ କିଭଳି ଏହି ଜଘନ୍ୟ କାଣ୍ଡ ଭିଆଇଥିଲା ତାହା ମଧ୍ୟ ଦେଖାଇଥିଲା । ପୋଖରୀ ହୁଡାରେ ସରୋଜ ଏହାର ଡେମୋ ଦେଖାଇଥିଲା । ପରୀର ମୃତଦେହକୁ ସେ କିପରି ଫୋପାଡିଥିଲା । ମୃତଦେହ କିପରି  ଅଖାରେ ଭର୍ତ୍ତି କରି ଫୋପାଡିଥିଲା ତାହା ମଧ୍ୟ ବର୍ଣ୍ଣନା କରିଥିଲା । ମୃତଦେହ ଉପରେ କେମିତି ଘୋଡାଇଥିଲା ନଡିଆ ବାହୁଙ୍ଗା ତାହା ବି କହିଛି ସରୋଜ । ଦୁଷ୍କର୍ମ ଉଦ୍ୟମ କରିଥିବା ଘରେ ମଧ୍ୟ ଡେମୋ ଦେଖାଇଥିଲା ।
ଏହି ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବଡ ସୂଚନା ପ୍ରଦାନ କରିଥିଲେ । ପରୀର ବାକି ହାଡ କୁଆଡେ ଗଲା ପ୍ରଶ୍ନରେ ବୋଥ୍ରା ପ୍ରତିକ୍ରିୟା ଦେଇ କହିଥିଲେ , ପରୀର କୌଣସି ହାଡ ଗାଏବ ହୋଇନି । ପୋଷ୍ଟମଟର୍ମ ରିପୋର୍ଟରେ କୌଣସି ହାଡ ମିଳିନଥିବା କୁହାଯାଇନି । ବିଶେଷଜ୍ଞ ଡାକ୍ତରମାନେ ହାଡ ମିଳିନଥିବା ନେଇ କିଛି କହିନାହାନ୍ତି । ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା । ଡିଏନଏ ଟେଷ୍ଟ କରିବା ପାଇଁ ଡାକ୍ତରମାନେ କିଛି ହାଡ ପଠାଇଥିଲେ । ଡଗ୍ ସ୍କ୍ୱାଡ କାହିଁକି ଗନ୍ଧ ବାରି ପାରିଲାନି ପ୍ରଶ୍ନରେ ବୋଥ୍ରା କହିଛନ୍ତି, ଡଗ୍ ସ୍କ୍ୱାଡ ଏସଆଇଟି ବ୍ୟବହାର କରିନାହିଁ । ଡଗ୍ ସ୍କ୍ୱାଡ ବିଷୟରେ ପଚାରିଲେ ମୁଁ କିଛି କହିପାରିବିନି । ସରୋଜ ଘରୁ ମିଳିଥିବା ଗାମୁଛା ବଡ ପ୍ରମାଣ ଦେବ ବୋଲି ସେ କହିଥିଲେ । ପରୀକୁ ହତ୍ୟା ପରେ ବୋହିଥିବା ରକ୍ତ ସରୋଜ ଗାମୁଛାରେ ପୋଛିଥିଲା । ଉକ୍ତ ଗାମୁଛା ସରୋଜର ଘରୁ ଜବତ କରାଯାଇଛି । ଘଟଣା ପରେ ଗାମୁଛାକୁ ସାବୁନରେ ଅନେକ ଥର ଧୁଆଯାଇଛି । ମାତ୍ର ଯେତେ ଧୋଇଲେ ବି ରକ୍ତଦାଗ କିଛି ରହିଯାଇଥାଏ । ଆମେ ଉକ୍ତ ଗାମୁଛାକୁ ଟେଷ୍ଟିଂ ଲ୍ୟାବକୁ ପଠାଇଛୁ । ପୋଖରୀରୁ ମିଳିଥିବା ଲେଗିନ୍ସ ମଧ୍ୟ ଟେଷ୍ଟିଂ ଲ୍ୟାବ୍ ପଠାଯାଇଛି । ଲେଗିନ୍ସରେ କିଛି ଦାଗ ଅଛି କି ନାହିଁ ପରୀକ୍ଷା କରାଯିବ । ଉଭୟ ଗାମୁଛା ଏବଂ ଲେଗିନ୍ସ ଆମକୁ ବଡ ସହାୟତା ଦେବ । ତେବେ ସରୋଜର ପରିବାର କେହି ସଦସ୍ୟ ଘଟଣା ଜାଣିଥିବା କହିଥିଲେ ଅରୁଣ ବୋଥ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking