27.1 C
Bhubaneswar
Friday, March 29, 2024
Homeଅପରାଧଅର୍ଥ ହଡପ ଅଭିଯୋଗ ରେ ମାଷ୍ଟର ବୁକ କିପରଙ୍କୁ ତାଲା ପକାଇଲେ ମହିଳା ଗୋଷ୍ଠୀ

ଅର୍ଥ ହଡପ ଅଭିଯୋଗ ରେ ମାଷ୍ଟର ବୁକ କିପରଙ୍କୁ ତାଲା ପକାଇଲେ ମହିଳା ଗୋଷ୍ଠୀ

 

କେନ୍ଦୁଝର  : ତେଲକୋଇ ବ୍ଲକ ଅନ୍ତର୍ଗତ ଦେଉଳଡିହା ପଞ୍ଚାୟତ ରେ ଅର୍ଥ ହଡପ ଅଭିଯୋଗ ରେ ସୂୟଂସହାୟକ ଗୋଷ୍ଠିର ମାଷ୍ଟର ବୁକ କିପର{ଏମବିକେ} କୁ ତାଲା ପକାଇଲେ ମହିଳା ଗୋଷ୍ଠୀ ।ସୂଚନା ଅନୁଯାୟୀ ଦେଉଳଡିହା ପଞ୍ଚାୟତ ର ୫ଟି ଗାଁରେ ରହିଛି ୧୦୨ ଟି ସୂୟଂସହାୟକ ଗୋଷ୍ଠୀ ରହିଛି ।ସମସ୍ତ ସୂୟଂସହାୟକ ଗୋଷ୍ଠିର ଆୟ ବ୍ୟୟ ର ହିସାବ ନିକାଶ ପାଇଁ ଏମବିକେ ନିଯୁକ୍ତି କରାଯାଇଛି ।ତେବେ ଏମବିକେ ଭାବେ ନିଯୁକ୍ତି ହୋଇଥିବା ବସୁନ୍ଧରା ମହାନ୍ତ ବର୍ଷେ ହେବ ସଠିକ ହିସାବ ନଦେଇ ଠକି ଚାଲିଛନ୍ତି ।ପ୍ରାୟ ୧୨ ଲକ୍ଷ ଟଙ୍କା ହିସାବ ନଦେଇ ହଡପ ହୋଇଥିବା ଅଭିଯୋଗ ହୋଇଛି ।

ତେବେ ଏ ସମ୍ପର୍କରେ ଗତ ଡିସେମ୍ବର ୨୧ ତାରିଖରେ ସ୍ଥାନୀୟ ବିଡ଼ିଓ ଙ୍କୁ ମଧ୍ୟ ସମସ୍ତ ସୂୟଂସହାୟକ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଥିଲା ।ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ଆଜି ଦିନ ୧୨ ସମୟରେ ବସୁନ୍ଧରା ଅଫିସ ଆସିଥିବା ବେଳେ ମହିଳା ଗୋଷ୍ଠୀ ହିସାବ ଦେବାକୁ କହିଥିଲେ ।ତେବେ ଦେବିନାହିଁ କହି ସୂୟଂସହାୟକ ଗୋଷ୍ଠିର ସଭାପତି ଲୀଳାବତୀ ମହାକୁଡ଼ ଙ୍କୁ ମାଡ ମାରିଥିଲେ ।ଏଥିରେ ଉତ୍ୟକ୍ତ ମହିଳା ଗୋଷ୍ଠୀ ବସୁନ୍ଧରା ଙ୍କୁ ଅଫିସ ଭିତରେ ତାଲା ପକେଇ ଦେଇଛନ୍ତି ।

ତେଲକୋଇ-ଅକ୍ଷୟ ପ୍ରଧାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking