28.1 C
Bhubaneswar
Saturday, April 27, 2024
Homeଅପରାଧସ୍ବାମୀର ପାଇପ ମାଡ଼ରେ ସ୍ତ୍ରୀ ମୃତ

ସ୍ବାମୀର ପାଇପ ମାଡ଼ରେ ସ୍ତ୍ରୀ ମୃତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ମଧୁସୂଦନପୁର ଗ୍ରାମରେ ସ୍ବାମୀର ଲୁହା ପାଇପ ମାଡ଼ରେ ସ୍ତ୍ରୀ ପ୍ରାଣ ହରାଇଛି। ମୃତ ମହିଳା ଜଣଙ୍କ ହେଲେ ପ୍ରସନ୍ନ ନାଏକଙ୍କ ପତ୍ନୀ ଶାନ୍ତି ନାଏକ। ହତ୍ୟାକାଣ୍ଡ ପରେ ପ୍ରସନ୍ନ ଫେରାର୍ ହୋଇଯାଇଛି। ଘରୋଇ ଝଗଡ଼ାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ କୌଣସି କାରଣରୁ ସ୍ବାମୀ-ସ୍ତ୍ରୀ ଝଗଡ଼ା ହୋଇଥିଲା। ଏଥିରେ ପ୍ରସନ୍ନ ଉତ୍ତ୍ୟକ୍ତ ହୋଇ ଏକ ଲୁହା ପାଇପ୍‌ରେ ଶାନ୍ତିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ରାତିସା‌ରା‌ ସେ ଘରେ ପଡ଼ିରହିଥିଲେ। ରବିବାର ସକାଳେ ଶାନ୍ତି ଦୁଇଥର ବାନ୍ତି କରିବା ପରେ ପ୍ରାଣ ହରାଇଥିଲେ। ଖବର ପାଇ ତାଙ୍କ ବାପଘର ଲୋକେ ପହଞ୍ଚି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ତେଲକୋଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ‌ହୋଇଛି। ପୁଲିସ ଅଭିଯୁକ୍ତ ସ୍ବାମୀ ପ୍ରସନ୍ନକୁ ଧରିବା ପାଇଁ ତନାଘନା ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking