36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍ କାର‌୍ୟ୍ୟକ୍ରମର ସମୟରେ ପରିବର୍ତ୍ତନ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍ କାର‌୍ୟ୍ୟକ୍ରମର ସମୟରେ ପରିବର୍ତ୍ତନ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ସମାରୋହ କାରଣରୁ ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ରେଡିଓ କାର‌୍ୟ୍ୟକ୍ରମର ସମୟରେ ପରିବର୍ତ୍ତନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା ୬ଟାରେ ମନ୍ କି ବାତ୍ କାର‌୍ୟ୍ୟକ୍ରମ କରିବେ । ଏହା ପ୍ରଧାନମନ୍ତ୍ରୀଙ୍କ ୬୧ତମ ମନ୍ କି ବାତ୍ କାର‌୍ୟ୍ୟକ୍ରମ ଅଟେ ।ଏହା ପୂର୍ବରୁ ଡିସେମ୍ୱର ମାସ ୨୯ରେ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କରିଥିଲେ । ନାଗରିକତା ଆଇନ ବିରୋଧରେ ହୋଇଥିବା ପ୍ରଦର୍ଶନ କଥା ଉଲ୍ଲେଖ କରିବା ସହ ଯୁବକଙ୍କୁ କେନ୍ଦ୍ରରେ ରଖି କହିଥିଲେ ଯେ ଦେଶର ଯୁବକ ବିକାଶକୁ ପ୍ରାଥମିକତା ଦେଉଛନ୍ତି ।ଚଳିତଥର ପ୍ରଧାନ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସନ୍ଦେଶ ଦେଇପାରନ୍ତି । ଫେବ୍ରୁଆରୀରେ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ ଜାନୁୟାରୀ ୨୦ରେ ପରୀକ୍ଷା ପେ ଚର୍ଚ୍ଚା କାର‌୍ୟ୍ୟକ୍ରମରେ ପିଏମ ମୋଦୀ ସାରା ଦେଶର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ପୀରକ୍ଷା ସମ୍ପର୍କରେ ଚର୍ଚ୍ଚା କରିଥିଲେ ।
https://onakhabar.com/2020/01/26/republicday/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking