27.1 C
Bhubaneswar
Wednesday, August 20, 2025
Homeଓଡିଶାସାଧାରଣତନ୍ତ୍ର ଦିବସକୁ ବର୍ଜନ କରିବା ପାଇଁ ମାଓ ବ୍ୟାନର

ସାଧାରଣତନ୍ତ୍ର ଦିବସକୁ ବର୍ଜନ କରିବା ପାଇଁ ମାଓ ବ୍ୟାନର

ପାଟଣାଗଡ଼ : ସାଧାରଣତନ୍ତ୍ର ଦିବସକୁ ବିରୋଧ କରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମାଓ ପ୍ରବଣ ଚାବିରିପାଲି ଗାଁ ନିକଟରେ ମାଓବାଦୀମାନେ ଏହି ଦିବସ ବର୍ଜନ କରିବା ପାଇଁ ୨ଟି ବ୍ୟାନର ମାରିଥିବାର ଦେଖିବାକୁ ମିଳିଛି। ବ୍ୟାନରରେ ଉଲ୍ଲେଖ ଅଛି ଯେ ଗଣତନ୍ତ୍ର ଦିବସକୁ ବର୍ଜନ କରିବା ସହ ଗାଁ ଗାଁରେ କଳାପତାକା ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି। ବଲାଙ୍ଗିର-ବରଗଡ଼ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନେ ସକ୍ରିୟ ଥିବା ବେଳେ ରବିବାର ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। ପୋଷ୍ଟରରେ ସାଧାରଣତନ୍ତ୍ର ଦିବସକୁ ନକ୍ସଲମାନେ ବିରୋଧ କରି କଳାପତାକା ଉଡ଼ାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହାସହିତ ଗଣତନ୍ତ୍ର ନାଁରେ ହିଟଲର ଶାସନ ଚାଲିଛି ଏବଂ ସର୍ବହରା ମାନେ ଅବହେଳିତ ହୋଇ ରହୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା। ପୋଷ୍ଟରରେ ନବଜନକ୍ରାନ୍ତି ଜିନ୍ଦାବାଦ, ବିଶ୍ୱ ସର୍ବହରା କ୍ରାନ୍ତି ଜିନ୍ଦାବାଦ ଲେଖାଯାଇଥିବା ବେଳେ ଶେଷରେ ବି.ବି.ଏମ ଡିଭିଜନ ବା ବଲାଙ୍ଗିର-ବରଗଡ- ମହାସମୁନ୍ଦ ଡିଭିଜନ କମିଟି ଲେଖାଯାଇଥିଲା।
https://onakhabar.com/2020/01/26/maoist-burn-10-houses-in-malkangiri/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking