32.1 C
Bhubaneswar
Monday, May 20, 2024
Homeଓଡିଶାପ୍ରେମିକ ସହ ପତ୍ନୀକୁ ଦେଖି ସ୍ୱାମୀ ଯାହା କଲେ ଜାଣିଲେ ହୋସ୍ ଉଡ଼ିବ....

ପ୍ରେମିକ ସହ ପତ୍ନୀକୁ ଦେଖି ସ୍ୱାମୀ ଯାହା କଲେ ଜାଣିଲେ ହୋସ୍ ଉଡ଼ିବ….

ଭୋପାଳ : ଅବୈଧ ସମ୍ପର୍କରୁ ହତ୍ୟାକାଣ୍ଡ ଘଟଣା ସାମନାକୁ ଆସିଛି । କୁହାଯାଉଛି ମହିଳାଙ୍କର ପତି କାମ ବ୍ୟସ୍ତ ଯୋଗୁଁ ମାସ ମାସ ଧରି ବାହାରେ ରହୁଥିଲେ । ଏହାର ସୁଯୋଗ ନେଇ ପତ୍ନୀ ଅନ୍ୟ ବ୍ୟକ୍ତି ସହ ଅବୈଧ ସମ୍ୱନ୍ଧ ରଖିଥିଲେ । କୁହାଯାଉଛି କି ମହିଳାଙ୍କର ପତି ନିଜର ପତ୍ନୀଙ୍କୁ ତାଙ୍କର ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ । ଏହାପରେ ଯାହା ହେଲା ଖୁବ୍ ହୃଦୟ ବିଦାରକ । ସୂଚନା ଅନୁଯାୟୀ, ଲଖିସରାୟ ଜିଲ୍ଲାର ମେଦନିଚୌକ ଥାନାର ଋଷି ପହାଡପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁରୁ କିଛି ଦିନ ପୂର୍ବେ ଜଣେ ଯୁବକ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକ ପୁଲିସ୍‌ରେ ମାମଲା ରୁଜୁ କରିଥିଲେ । ବୁଧବାର ରୋହିତ ନାମକ ଏହି ଯୁବକଙ୍କ ଶବ ନଦୀରୁ ମିଳିଥିଲା । ପୁଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ, ମାମଲାର ଯାଞ୍ଚ ଆରମ୍ଭ କରିଥିଲା । ମୃତ ଯୁବକଙ୍କ ଗାଁର ଜଣେ ମହିଳାଙ୍କ ସହ ଅବୈଧ ସଂପର୍କ ଥିଲା । ପୁଲିସ କହିଛି ଅଭିଯୁକ୍ତ ପୁରନ ପାସୱାନ ପାଟଣାରେ ରାଜମିସ୍ତ୍ରୀ ଭାବ କାମ କରୁଥିଲେ । ସେ ଅଧିକ ସମୟ ବାହାରେ ରହୁଥିଲେ । ଏହି ସମୟରେ ତାଙ୍କର ପତ୍ନୀଙ୍କର ସମ୍ୱନ୍ଧ ପଡ଼ୋଶୀରେ ରହୁଥିବା ଗାଁ ର ଜଣେ ରୋହିତ ଯାଦବ ନାମକ ଯୁବକ ସହ ହୋଇଥିଲା । ହଠାତ୍ ପୁରନ ପାସୱାନ ବିଳମ୍ୱିତ ରାତ୍ରିରେ ପାଟଣାକୁ ଫେରିଥିଲେ । ଏତିକି ବେଳେ ସେ ପତ୍ନୀଙ୍କୁ ରୋହିତ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ । ପାସୱାନ ପତ୍ନୀଙ୍କୁ କିଛି କହିନଥିଲେ । ହେଲେ ରୋହିତ ଯାଦବଙ୍କ ମୁଣ୍ଡକୁ ହାତୁଡିରେ ବାଡ଼େଇ ହତ୍ୟା କରିଥିଲେ ଏବଂ ଶବକୁ ନଦୀରେ ପକାଇ ଦେଇଥିଲେ । ଶବକୁ ଲୁଚେଇବାରେ ଅଭିଯୁକ୍ତର ପତ୍ନୀ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking