29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଭୟଙ୍କର ରୂପରେ ଫ୍ଲୋରିଡାର ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଇୟାନ

ଭୟଙ୍କର ରୂପରେ ଫ୍ଲୋରିଡାର ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଇୟାନ

ନୂଆଦିଲ୍ଲୀ: ଆମେରିକାର ପଶ୍ଚିମ ଫ୍ଲୋରିଡା ଆଡକୁ ଅତି ଭୟଙ୍କର ରୂପରେ ମାଡି ଆସୁଛି ବାତ୍ୟା ଇୟାନ । କ୍ୟାଟେଗୋରୀ ତିନିରେ ଥିବା ଏହି ବାତ୍ୟା ଏବେ କ୍ୟାଟେଗୋରୀ ୪ର ରୂପ ନେଇଛି । ଏହି ବର୍ଗର ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଭୟଙ୍କର କ୍ଷତି ପହଞ୍ଚାଇଥାଏ । ଏହା ପୂର୍ବରୁ ବାତ୍ୟା ଇୟାନ କ୍ୟୁବାରେ ମଧ୍ୟ ତାଣ୍ଡବ ରଚିଛି । ସେପ୍ଟେମ୍ୱର ୨୭ରେ ବାତ୍ୟା ଇୟାନ କ୍ୟୁବାର ପଶ୍ଚିମ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଆମେରିକାର ଫ୍ଲୋରିଡା ଆଗକୁ ମୁହାଁଇଛି । କ୍ୟୁବାରେ ବାତ୍ୟା ଇୟାନର ପବନ ଘଣ୍ଟାକୁ ୨୦୫ କିଲୋମିଟର ଥିଲା । ଭୟଙ୍କର ପବନ ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲେ । ଏହାର ପ୍ରଭାବରେ ସାରା ଦେଶରେ ବିଜୁଳି ସେବା ଠପ୍ ହୋଇଛି । ଏକ ଦାବି ଅନୁସାରେ, ବାତ୍ୟା ଇୟାନ ଯୋଗୁଁ ପ୍ରାୟ ଏକ କୋଟି ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି ।୧୯୨୧ ମସିହାରେ ଆସିଥିବା ବାତ୍ୟା ଟାରପୋନ ସ୍ପ୍ରିଙ୍ଗ୍ସ ଠାରୁ ଇୟାନ ଅଧିକ ତାଣ୍ଡବ ରଚିବ ବୋଲି ଆଶଂଙ୍କା କରାଯାଉଛି । ଏହାକୁ ନଜରରେ ରଖି ଫ୍ଲୋରିଡରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking