33.1 C
Bhubaneswar
Friday, April 26, 2024
Homeଓଡିଶାରଜ ପର୍ବର ପାଳନ ପ୍ରକ୍ରିୟା କ'ଣ

ରଜ ପର୍ବର ପାଳନ ପ୍ରକ୍ରିୟା କ'ଣ

ଭୁବନେଶ୍ୱର: ରଜ ପର୍ବ ପାଳନ କାହିଁକି କରାଯାଏ ?  ରଜ ପର୍ବ ହେଉଛି ତିନି ଦିନର ଏକ ପର୍ବ । ରଜର ଦ୍ୱିତୀୟ ଦିନ ମିଥୁନର ସୌର ମାସ ଆରମ୍ଭ ହେବାକୁ ସୂଚିତ କରିଥାଏ । ଏହିଦିନଠାରୁ ବର୍ଷା ଆରମ୍ଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ରଜର ପୌରାଣିକ ଆଧାର କଣ ? ବସୁଧା ମା ଯିଏ ଭଗବାନ ବିଷ୍ଣୁଙ୍କର ପତ୍ନୀ ଅଟନ୍ତି, ଏହି ତିନି ଦିନ ସେ ମାସିକ ଧର୍ମ ପାଳନ କରଥାନ୍ତି ବୋଲି କୁହାଯାଏ । ରଜର ଚତୁର୍ଥ ଦୀନକୁ ବସୁମତୀ ଗାଧୁଆ ବୋଲି କୁହାଯାଏ । ଯେଉଁଥିରେ ଭୂଦେବୀଙ୍କୁ ସ୍ନାନ କରାଯାଏ । ‘ରଜ’ ଏହି ଶବ୍ଦଟି ରଜସ୍ୱାଳ ଶବ୍ଦରୁ ଆସିଛି । ଯାହାର ଅର୍ଛ ମାସିକ ଧର୍ମ ଦେଇ ଗତି କରୁଥିବା ମହିଳା । ମଧ୍ୟଯୁଗରେ ଏହି ପର୍ବଟି କୃଷିଭିତ୍ତିକ ଛୁଟି ରୂପେ ବିଖ୍ୟାତ ଥିଲା । ଯେଉଁଥିରେ ମାତା ଭୂଦେବୀଙ୍କୁ ପୂଜା କରାଯାଉଥିଲା । ଏହାଛଡା ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତ୍ନୀ ବୋଲି ବି କୁହାଯାଉଥିଲା । ମାତା ଭୂଦେବୀଙ୍କର ରୂପାର ଏକ ମୂର୍ତ୍ତି ଶ୍ରୀଜଗନ୍ନାଥଙ୍କ ନିକଟରେ ଏବେ ବି ଦଖିବାକୁ ମିଳେ ।
ରଜ ପର୍ବର ପାଳନ ପ୍ରକ୍ରିୟା
ରଜର ତିନି ଦିନ ଯାକ ଘରର ମହିଳାମାନଙ୍କୁ ସମସ୍ତ କାମରୁ ନିବୃତ୍ତ ରଖାଯାଇଥାଏ । ଆଉ ଘର ଭିତରେ ସମସ୍ତ ପ୍ରକାର ଖେଳ ହୋଇଥାଏ । ଯେମିତି କି ଲୁଡୁ, ତାସ ଇତ୍ୟାଦି । ଝିଅମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ଲଗେଇଥାନ୍ତି । ଏହାଛଡା ସବୁ ଝିଅଙ୍କୁ ମାଟିରେ ଖାଲି ପାଦରେ ଚାଲିବାକୁ ବାରଣ କରାଯାଏ । ପୋଡପିଠା ଓ ଚକୁଳି ପିଠା ଖାଇ ଏହାକୁ ପାଳନ କରାଯାଏ । ଝିଅମାନେ ଗାଁ ଗାଁରେ ଦୋଳି ଖେଳିଥାନ୍ତି । ଖାଲି ଝିଅ ନୁହଁନ୍ତି ବରଂ ପୁଅମାନେ ମଧ୍ୟ କବାଡି ଖେଳ କରି ରଜର ଭରପୂର ମଜା ନେଇଥାନ୍ତି । ଏହାଛଡା ଝିଅମାନେ ରଜଗୀତ ଗାଇ ଏହାକୁ ପାଳନ କରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking