43 C
Bhubaneswar
Tuesday, April 16, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : କର୍ମକ୍ଷେତ୍ରରେ ଅଶାନ୍ତି ସଙ୍ଗେ ବ୍ୟବସାୟରେ କ୍ଷତି ହୋଇପାରେ । ପୈତୃକ ସମ୍ପତି ପାଇଁ କଳହ ଲାଗିପାରେ । ରକ୍ତଚାପ ରୋଗରେ ଆପଣ କଷ୍ଟ ପାଇପାରନ୍ତି । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଚିନ୍ତିତ ରହି କାର୍ଯ୍ୟ କରିପାରନ୍ତି । ଅନ୍ୟ ଦ୍ୱାରା କାର୍ଯ୍ୟ କରିପାରିବେ ।
ବୃଷ : ଶାରୀରିକ ଅସୁସ୍ଥତା ଭୋଗି ପାରନ୍ତି । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ କଳହ ଓ ମତାନ୍ତର ଦେଖାଦେବ । ମହିଳାମାନେ କୌଣସି କର୍ମସଂସ୍ଥାର ଯୋଗ ଦେଇପାରନ୍ତି । ଛାତ୍ରଛାତ୍ରୀମାନେ ଉପକୃତ ହେବେ ।
ମିଥୁନ : ବ୍ୟବସାୟରେ ସାମାନ୍ୟ ଲାଭ ହେବ । ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି । ଅନ୍ୟ ଦିଗରୁ ଅର୍ଥ ଆସିବାକୁ ଚେଷ୍ଟା କରିପାରନ୍ତି । ବିଦ୍ୟାର୍ଥିୀମାନେ ଅସୁବିଧା ଭୋଗିବାର ଆଶଙ୍କା ଅଛି ।
କର୍କଟ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ନୁହେଁ । ପାରିବାରିକ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଦ୍ୱାରା ଅସୁବିଧାରେ ପଡ଼ିବେ । ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ସତର୍କ ସହ ରହିବା ଉଚିତ୍ ।
ସିଂହ : କୌଣସି ଆଘାତ କିମ୍ବା ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଅଶାନ୍ତି ଲାଗି ରହିବ । ବ୍ୟବସାୟରେ ଋଣଗ୍ରସ୍ତ ହେବେ । କର୍ମକ୍ଷେତ୍ରରେ ଅଶାନ୍ତି ଲାଗି ରହିବ । ବ୍ୟବସାୟରେ ଲାଭାବନ୍ ହେବାର ଆଶା ଅଛି ।
କନ୍ୟା : ଆର୍ଥିକ ପରିସ୍ଥିତି ଅନୁକୂଳ ହେବ । ବ୍ୟବସାୟରେ ଲାଭବାନ୍ ହେବାର ଆଶାଅଛି । କର୍ମକ୍ଷତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ଶାରୀରିକ ସୁସ୍ଥତା ଅନୁଭବ କରିବେ । ପାରିବାରିକ ଶାନ୍ତି ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଖୁସିରେ ରହିବେ ।
ତୁଳା : ବ୍ୟବସାୟରେ ଲାଭବାନ୍ ହେବାର ଆଶା ଅଛି । କର୍ମକ୍ଷତ୍ରରେ ପଦୋନ୍ନତି ହେବାର ଆଶା ଅଛି । ପାରିବାରିକ ଶାନ୍ତି ପାଇବେ । ସ୍ୱାସ୍ଥ୍ୟପ୍ରତି ଯତ୍ନବାନ୍ ରୁହନ୍ତୁ । ମହିଳାମାନେ ଧର୍ମ କାର୍ଯ୍ୟରେ ଲିପ୍ତ ରୁହନ୍ତୁ ସୁଫଳ ପାଇବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଆଗକୁ ଯିବେ ।
ବିଛା : ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇପାରେ । ପାରିବାରିକ ବିଶୃଙ୍ଖଳା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଆଶାନ୍ତି ଦେଖାଦେବ । ବ୍ୟବସାୟରେ ଅଶାନୁରୂପ ଲାଭ ହୋଇପାରେ । ମହିଳାମାନେ ଓ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଅସୁବିଧା ଭୋଗି ପାରନ୍ତି ।
ଧନୁ : ପୈତୃକ ସମ୍ପତିକୁ ନେଇ ଗଣ୍ଡଗୋଳ ହୋଇପାରେ । ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି । ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଉପକୃତ ହେବାର ଅଶା ଅଛି ।
ମକର : କୌଣସି କ୍ଷେତ୍ରରେ ଅର୍ଥଲାଭ ହୋଇପାରେ । ଭୂ-ସମ୍ପତି କିଣା ବିକା କରିପାରନ୍ତି । କର୍ମକ୍ଷେତ୍ରରେ ଶାନ୍ତି ଓ ପଦୋନ୍ନତି ପାଇବେ । ବ୍ୟବସାୟରେ ଲାଭବାନ୍ ହେବେ । ମହିଳାମାନେ ଖୁସିରେ ସମୟ କାଟିବେ । ଛାତ୍ରଛାତ୍ରୀମାନେ କୌଣସି କ୍ଷେତ୍ରରେ ଲାଭବାନ୍ ହୋଇପାରନ୍ତି ।
କୁମ୍ଭ : ଶରୀର ଅସୁସ୍ଥ ରହିବ । ଦୁର୍ଘଟଣା ଘଟିପାରେ । କର୍ମକ୍ଷେତ୍ରରେ ସମ୍ମାନ ହାନି ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ମାଲିମୋକଦ୍ଦମା ଲାଗିପାରେ । ପାରିବାରିକ ଅଶାନ୍ତି ଲାଗି ରହିବ । ମହିଳା ଓ ଛାତ୍ରଛାତ୍ରୀମାନେ କ୍ଷତିଗ୍ରସ୍ତ ହେବାର ଜଣାଯାଏ ।
ମୀନ : ଆପଣ କଷ୍ଟ ଭୋଗିପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ଆସିପାରେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହୋଇପାରନ୍ତି । ଧାର୍ମିକ କାର୍ଯ୍ୟ କରିବାକୁ ଆଗେଇବେ । ଦୂରଯାଗାକୁ ଯାଇପାରନ୍ତି । ମହିଳାମାନେ ଶାରୀରିକ କଷ୍ଟ ଭୋଗିବେ । ଛାତ୍ରଛାତ୍ରୀମାନେ ବିପଦରୁ ଉଧୁରୀ ଯିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking