29.1 C
Bhubaneswar
Thursday, April 25, 2024
Homeଓଡିଶାଏମସର ୪ ଡାକ୍ତରଙ୍କୁ କରୋନା

ଏମସର ୪ ଡାକ୍ତରଙ୍କୁ କରୋନା

ଭୁବନେଶ୍ୱର: ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭୁବନେଶ୍ୱର ଏମସରେ ୪ ଡାକ୍ତର କରୋନା ପଜେଟିଭ ହୋଇଥିବା ସୂଚନା ମିଳିଛି । ୪ ଡାକ୍ତରଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଛନ୍ତି ଏମସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳୀ । ଆକ୍ରାନ୍ତ ହୋଇଥିବା ୪ ଡାକ୍ତରଙ୍କ ମଧ୍ୟରୁ ୩ ଜଣ ସିନିୟର ଡାକ୍ତର ରହିଥିବା ସୂଚନା ମିଳିଛି । ସେମାନେ ହେଉଛନ୍ତି ସର୍ଜରୀ, ପାଥୋଲୋଜୀ, ଫାର୍ମାକୋଲୋଜୀର ୩ ଜଣ ସିନିୟର ରେସିଡେଣ୍ଟ ଡାକ୍ତର । ଆଉ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଜୁନିୟର ରେସିଡଣ୍ଟ ଡାକ୍ତର ବୋଲି ସୂଚନା ଦିଆଯାଇଛି । ତେବେ ୩ ସିନିୟର ରେସିଡେଣ୍ଟ ଡାକ୍ତର ଏକାଠି ରହୁଥିଲେ । ଏବେ ସେମାନେ କରୋନା ପଜେଟିଭ ବାହାରିବା ପରେ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ୧୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧିପାଇଛି । ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଓ ୧୯ଜଣ ସ୍ଥାନୀୟ ମାମଲା ବୋଲି ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking