36.3 C
Bhubaneswar
Saturday, June 27, 2026
Homeଓଡିଶାମା’କୁ କିଭଳି ସମ୍ମାନ ଉଦାହରଣ ଦେଲେ : ଟଙ୍କଧର

ମା’କୁ କିଭଳି ସମ୍ମାନ ଉଦାହରଣ ଦେଲେ : ଟଙ୍କଧର

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ବିରୋଧୀ ବିଜେଡି ଗୃହରେ ଯେଭଳି ତୁମୁଳକାଣ୍ଡ ଭିଆଇଛନ୍ତି ତାହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଗୃହରେ ଅରାଜକତାକୁ ସେ ଲଜ୍ଜାଜନକ କହିଛନ୍ତି । ଏହାଛନା ସେ କହିଛନ୍ତି ଯେ ମା’କୁ ସମ୍ମାନ ଓ ମହିଳାଙ୍କ ଦ୍ୱାହି ଦେଇ ବିଜେଡି ୨୪ ବର୍ଷ ଶାସନ କଲା । କିଭଳି ମହିଳାଙ୍କୁ ସମ୍ମାନ ଦିଅନ୍ତି ବିଜେଡି ବିଧାୟକମାନେ ତାହାର ଉଦାହରଣ ଆଜି ବିଧାନସଭାରେ ରଖିଛନ୍ତି । ମହିଳା ବାଚସ୍ପତିଙ୍କ ପୋଡ଼ିୟମକୁ ଚଢ଼ି ତାହା ଉପରେ ଗୋଡ଼ ଥୋଇବା କେତେ ଗ୍ରହଣୀୟ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ବିଜେଡି ଆଲୋଚନା ଚାହୁଁଥିବାବେଳେ ସରକାର ବି ଆଲୋଚନା କରିବାକୁ ପ୍ରସ୍ତୁତ । ନିଜେ ମୁଲତବୀ ପ୍ରସ୍ତାବ ଦେଉଛନ୍ତି ଆଉ ଗୃହକୁ ବନ୍ଦ କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking