38.1 C
Bhubaneswar
Friday, April 26, 2024
Homeଅପରାଧପ୍ରେମିକ ସହ ମିଶି ସ୍ୱାମୀ ସାଥିରେ ସ୍ତ୍ରୀ ଯାହା କଲା ଜାଣିଲେ ହୋସ୍ ଉଡ଼ିବ, ୧୦ବର୍ଷର...

ପ୍ରେମିକ ସହ ମିଶି ସ୍ୱାମୀ ସାଥିରେ ସ୍ତ୍ରୀ ଯାହା କଲା ଜାଣିଲେ ହୋସ୍ ଉଡ଼ିବ, ୧୦ବର୍ଷର ପୁଅ ଖୋଲିଲା ରହସ୍ୟ….

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଜଣେ ସ୍ତ୍ରୀ ତା ପ୍ରେମିକ ସହ ମଶି ସ୍ୱାମୀକୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୪୦ ବର୍ଷୀୟ ରାଘବେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ପ୍ରଥମେ ପ୍ରାକୃତିକ ମୁତ୍ୟୁ ବୋଲି କୁହାଯାଉଥିଲା । କିନ୍ତୁ ମୃତ୍ୟୁ ପରେ ହୋଇଥିବା ପ୍ରାର୍ଥନା ସଭାରେ ରାଜଭେନ୍ଦ୍ରଙ୍କ ୧୦ ବର୍ଷର ପୁଅ ଯେଉଁ ରହସ୍ୟ ଖୋଲିଥିଲେ ତାହା ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୭ ଡିସେମ୍ବର ୨୦୨୧ ରେ ବେଙ୍ଗାଲୁରୁର କାରେନହଲ୍ଲୀ, ଡୋଡାବଲ୍ଲାପୁରାରେ ରାଘବେନ୍ଦ୍ରଙ୍କ ମୃତ ଦେହ ମିଳିଥିଲା । ତାଙ୍କର ୩୦ ବର୍ଷୀୟ ପତ୍ନୀ ଶୈଲଜା ନିଜ ଭାଇଙ୍କୁ ଫୋନ କରି କହିଥିଲେ ଯେ ରାଘବେନ୍ଦ୍ରଙ୍କୁ ବାତ ମାରିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କୁ ସେ ହସ୍ପିଟାଲ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଘଟଣାର ଦୁଇ ସପ୍ତାହ ପରେ ମୃତକଙ୍କ ପାଇଁ ଏକ ପ୍ରାର୍ଥନା ସଭା ରଖାଯାଇଥିଲା ଏହି ସଭାରେ ରାଘବେନ୍ଦ୍ରଙ୍କ ପୁଅ ତାଙ୍କ ଜେଜେବାପାଙ୍କୁ କହିଥିଲେ ଯେ ରାଘବେନ୍ଦ୍ରଙ୍କ ମୃତ୍ୟୁ ଦିନ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରକୁ ଆସିଥିଲେ । ଏହାପରେ ଜେଜେବାପା ନଞ୍ଜୁଦପ୍ପା ପୋଲିସକୁ କହିଥିଲେ ଏବଂ ପୋଲିସ ରାଘେବେନ୍ଦ୍ରଙ୍କ ପୁଅକୁ ପୁଣିଥରେ ପଚରାଉଚରା କରିଥିଲେ । ଯେଉଁଥିରେ ସେ କହିଥିଲା ଯେ ତାଙ୍କ ବାପାଙ୍କ ମୃତ୍ୟୁ ଦିନ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସିଥିଲେ । ଯେତେବେଳେ ସେ ଅଧାରତିରେ ଶବ୍ଦ ଶୁଣି ଉଠିଥିଲେ ସେ ଦେଖିଥିଲା ତା ମା’ ଏବଂ ଜେଜେମା ବାପାଙ୍କୁ ମାଡ଼ି ଧରିଥିଲେ ଏବଂ ବ୍ୟକ୍ତି ଜଣକ ରାଘବେନ୍ଦ୍ରଙ୍କ ମୁଣ୍ଡକୁ ପ୍ରହାର କରୁଥିଲେ ।

ଯେତେବେଳେ ମୁଁ ତାଙ୍କୁ ଏହି କଥା ପଚାରିଥିଲି ସେମାନେ ଚୁପ୍ ରହିବାକୁ କହିଥିଲେ ନହେଲେ ତାଙ୍କୁ ମଧ୍ୟ ମାରିଦେବେ ବୋଲି ଧମକ ଦେଇଥିଲେ । ଏହାପରେ ପୋଲିସ ଘର ପାଖରେ ଥିବା ଦୋକାନର ସିସିଟିଭ ଫୁଟେଜରେ ସେହି ବ୍ୟକ୍ତି ହନୁମନ୍ଥା, ବାଳକର ମା’ ଏବଂ ଜେଜେମାଙ୍କୁ ଗିରଫ କରିଥିଲା । ସୂଚନା ଅନୁଯାୟୀ, ହନୁମନ୍ଥା ଶୈଳାଜାଙ୍କ ସହକର୍ମୀ ଥିଲେ ଉଭୟ ଏକ ପୋଷାକ ଦୋକାନରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ଏକଥା ଜାଣିବା ପରେ ରଘୁବେନ୍ଦ୍ର ଶୈଳଜାଙ୍କୁ ଅନେକ ଏନେଇ ପଚରାଉଚରା କରୁଥିଲେ ଫଳରେ ସେ ରଘୁବେନ୍ଦ୍ରଙ୍କୁ ମାରିବା ପାଇଁ ଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking