36.1 C
Bhubaneswar
Thursday, May 2, 2024
Homeଓଡିଶା୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଐତିହ୍ୟସ୍ଥଳ ଖୋଲିବ । ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳ ଖୋଲିବ । ୧୬ ତାରିଖରୁ ଖୋଲିବା ନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୧୫ ତାରିଖରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳ ବନ୍ଦ ରହିଛି । ଖୋଲିଲେ ବି ଐତିହ୍ୟସ୍ଥଳୀରେ ରାଜ୍ୟ ପକ୍ଷରୁ ଜାରି କଟକଣା ପାଳନ ହେବ । ପର୍ଯ୍ୟଟକଙ୍କ ଆଗମନ ଦେଖି ନିର୍ଦ୍ଦିଷ୍ଟ ଏସଓପି ପାଳନ କରାଯିବ ।

ସୂଚନାଯୋଗ୍ୟ , ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି ।  ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ ଲକ୍ଷ ୯୬ ହଜାର ୭୯୯ ରହିଥିବା ବେଳେ ୫୫ ହଜାର ୯୨୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଅନୁଗୁଳରୁ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୬୮, ଭଦ୍ରକ- ୨୦୯, ବଲାଙ୍ଗିର- ୫୩, ବୌଦ୍ଧ- ୫୪, କଟକ- ୪୮୦, ଦେବଗଡ଼- ୨୬, ଢେଙ୍କାନାଳ- ୧୪୪, ଗଜପତି- ୩୬, ଗଂଜାମ- ୨୯, ଜଗତସିଂହପୁର- ୧୪୩, ଯାଜପୁର- ୨୦୭, ଝାରସୁଗୁଡ଼ା- ୧୩, କଳାହାଣ୍ଡି -୬୨, କନ୍ଧମାଳ- ୬୨, କେନ୍ଦ୍ରାପଡ଼ା- ୧୮୧, କେନ୍ଦୁଝର- ୯୬, ଖୋର୍ଦ୍ଧା- ୭୦୦, କୋରାପୁଟ- ୬୫, ମାଲକାନଗିରି- ୫୦, ମୟୂରଭଂଜ- ୧୫୮, ନବରଙ୍ଗପୁର- ୭୮, ନୟାଗଡ଼- ୧୪୯, ନୂଆପଡ଼ା- ୧୪, ପୁରୀ- ୨୫୫, ରାୟଗଡ଼ା- ୬୪, ସମ୍ବଲପୁର- ୫୪, ସୁବର୍ଣ୍ଣପୁର- ୮୪ ଓ ସୁନ୍ଦରଗଡ଼- ୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଷ୍ଟେଟପୁଲରୁ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୬୮,୫୩୫ ସାମ୍ପଲ ଟେଷ୍ଟ କରାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking