29.1 C
Bhubaneswar
Wednesday, April 15, 2026
Homeଦେଶ ବିଦେଶନେପାଳରେ ପ୍ରବଳ ବର୍ଷା ; ଏଯାବତ ଗଲାଣି ୧୪ ଜୀବନ

ନେପାଳରେ ପ୍ରବଳ ବର୍ଷା ; ଏଯାବତ ଗଲାଣି ୧୪ ଜୀବନ

ନେପାଳ : ନେପାଳରେ ପ୍ରବଳ ବର୍ଷା, ଭୂସ୍ଖଳନ ଓ ବଜ୍ରପାତ । ଗତ ୨୪ ଘଣ୍ଟା ମଧ୍ୟରେ ଗଲାଣି ୧୪ ଜୀବନ। ଭୂସ୍ଖଳନ ଯୋଗୁଁ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବଜ୍ରପାତରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ବନ୍ୟା ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଲାମଜାମ ଜିଲ୍ଲାର ରାତି ସାରା ଭୂସ୍ଖଳନ ହେବା ଫଳରେ ତିନୋଟି ଘର ନଷ୍ଟ ସମ୍ପୂର୍ଣ୍ଣ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୂସ୍ଖଳନ ହେତୁ ଆଠ ଜଣଙ୍କର ମୃତ୍ୟୁ ଘଟିଛି, ବଜ୍ରପାତ ହେତୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟାରେ ବୁଡ଼ି ଦୁଇ ଜଣ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଏନଡିଆରଏମଏର ମୁଖପାତ୍ର ଦିଜନ୍ ଭଟ୍ଟରାଇ କହିଛନ୍ତି, “ଜୁନ୍ ୨୬ ରେ ୪୪ ଟି ମାମଲା ରେକର୍ଡ ହୋଇଛି ଯେଉଁଥିରେ ୧୪ ଜଣ ପ୍ରାଣ ହରାଇଛନ୍ତି। ନେପାଳର ଗୃହ ମନ୍ତ୍ରଣାଳୟ ଅନୁଯାୟୀ ମୌସୁମୀ ଆରମ୍ଭ ହେବା ପରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ବଜ୍ରପାତ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମୌସୁମୀ ଯୋଗୁଁ ୩୩ ଟି ଜିଲ୍ଲା ପ୍ରଭାବିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking