35.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶହିମାଚଳରେ ବାଦଲଫଟା ବର୍ଷା

ହିମାଚଳରେ ବାଦଲଫଟା ବର୍ଷା

ସିମଳା:  ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ସୋମବାର ବାଦଲଫଟା ବର୍ଷା ଅନୁଭୂତ ହୋଇଛି । ଏଥିଯୋଗୁଁ ଧର୍ମଶାଳା ଓ କାଙ୍ଗ୍ରା ସହର ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଧର୍ମଶାଳାର ଭାଗ୍‌ସୁ ନାଗ ପର୍ଯ୍ୟଟନସ୍ଥଳୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ହୋଟେଲଗୁଡିକ ଜଳମଗ୍ନ ହୋଇପଡିଛି । ଆକସ୍ମିକ ବନ୍ୟାରେ ସଂଖ୍ୟାଧିକ ଯାନବାହନ ଭାସିଯାଇଛି । ପର୍ଯ୍ୟଟକଙ୍କୁ ହୋଟେଲରୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କାଙ୍ଗ୍ରାରେ ୨ ଜଣ ନିଖୋଜ ହୋଇଥିବା କୁହାଯାଇଛି। ଜଳଘେରରେ ଥିବା ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରିଲିଫ ଯୋଗାଇ ଦିଆଯାଇଛି । ବର୍ଷାଜଳରେ ଭର୍ତ୍ତି ହୋଇଯାଇଥିବାରୁ କେତେକ ସ୍ଥାନରେ ଛୋଟ ଛୋଟ ନାଳଗୁଡିକ ମଧ୍ୟ ନଦୀର ଭ୍ରମ ସୃଷ୍ଟି କରିଛି । ସିମଳାକୁ ସଂଯୋଗ କରୁଥିବା ରାଜପଥ ବର୍ଷା ଯୋଗୁଁ ଯୋଗାଯୋଗ ଉପଯୋଗୀ ହୋଇପାରିନାହିଁ । ପୁନଶ୍ଚ ପ୍ରବଳ ବର୍ଷା ଯୋଗୁଁ ଧର୍ମଶାଳା ଓ କାଙ୍ଗ୍ରାରେ ଅତଡା ଖସିଥିବାବେଳେ ବଡ ବଡ ଗଛ ମଧ୍ୟ ଉପୁଡିି ପଡିଛି । ଆଗାମୀ ଦୁଇଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ଚେତାବନୀ ଦେଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking