27.1 C
Bhubaneswar
Thursday, April 25, 2024
Homeଓଡିଶାତୃତୀୟ ଲହର ମୁକାବିଲା ପାଇଁ ବୁଷ୍ଟର ଡୋଜ୍ ଟିକା ନେବା ଉପରେ ଚିନ୍ତା କରିବା ଆବଶ୍ୟକ

ତୃତୀୟ ଲହର ମୁକାବିଲା ପାଇଁ ବୁଷ୍ଟର ଡୋଜ୍ ଟିକା ନେବା ଉପରେ ଚିନ୍ତା କରିବା ଆବଶ୍ୟକ

ଭୁବନେଶ୍ୱର :  ଦେଶ ତଥା ରାଜ୍ୟରେ ତୃତୀୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ତୃତୀୟ ଲହରି ରୋକିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଦରକାର । କରୋନା କଟକଣା କ୍ଷେତ୍ରରେ ସମାନ୍ୟତମ ନିୟମକୁ ଢ଼ିଲା କରିବା କଥା ନୁହେଁ ବୋଲି  କେନ୍ଦ୍ର ସରକାରଙ୍କୁ ଭାରତୀୟ ଡାକ୍ତରୀ ସଂଘ (ଆଇଏମଏ) ସତର୍କ କରାଇ ଦେଇଛି । ଆଇଏମ୍‌ଏ କହିଛି ଯେ ପୂର୍ବ ଲହରରୁ ଆମକୁ ବହୁତ ଶିକ୍ଷା ଦେଇିଛି । ଯେତବେଳେ କରୋନା ନିୟମ ପାଳନ କ୍ଷେତ୍ରରେ କଟକଣା ଢ଼ିଲା କରାଯାଇଛି, ସେତେବେଳେ ଦେଶ ତଥା ରାଜ୍ୟରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ଦେଖାଦେଇଥିବା ପରିସ୍ଥିତି ଓ ମହାମାରୀ ଗୁଡ଼ିକର ଇତିହାସ ଦେଖିଲେ ଜଣାପଡ଼ୁଛି, କରୋନା ମହାମାରୀର ୩ୟ ଲହର ନିଶ୍ଚିତ ଆସିବ ।

ମାତ୍ର ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆମ ଦେଶର ଜନସାଧାରଣ ଓ କେତେକ ଅଞ୍ଚଳର ପ୍ରଶାସନ ପୁଣି ଢ଼ିଲା ହୋଇଯାଇଛନ୍ତି । ଉପଯୁକ୍ତ କରୋନା କଟକଣା ନମାନି ଲୋକମାନେ ପୁଣି ଗହଳି କରିବା ଆରମ୍ଭ କରି ଦେଇଛନ୍ତି । ତୀର୍ଥଯାତ୍ରା, ଅବସର ବିନୋଦନ, ପର୍ଯ୍ୟଟନ ଆଦିର ଆବଶ୍ୟକତା ରହିଛି । କିନ୍ତୁ ଆମେ ସମସ୍ତେ ଟିକା ନେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଜନଗହଳି କରିବା ଦ୍ୱାରା ଆମେ କରୋନାର ୩ୟ ଲହରକୁ ଡ଼ାକି ଆଣିବା ବୋଲି ଆଇଏମ୍‌ଏ କେନ୍ଦ୍ର ସରକାରଙ୍କୁ ଦେଇଥିବା ପତ୍ରରେ ଏହି ସତର୍କ ବାଣି ଶୁଣାଇଛି । ସେପଟରେ ସେହି ସମାନ କଥା କହିଛନ୍ତି ଆଇଏମ୍‌ଏ ଓଡ଼ିଶା ଶାଖା ।

ଆଇଏମ୍‌ଏ ସଭାପତି ଡାକ୍ତର ନିବେଦିତା ପାଣି ଓ ରାଜ୍ୟ ସମ୍ପାଦକ ଡାକ୍ତର ବ୍ରଜ କିଶୋର ଦାଶ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତୃତୀୟ ଲହର ପାଇଁ ସତର୍କ ରହିବାକୁ ପଡ଼ିବ । ଭବିଷ୍ୟତରେ ତୃତୀୟ ଲହର ଆସିବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ବିଶେଷ କରି କୋଭିଡ୍‌ର ସମସ୍ତ ନୀତିଗତ ନିଷ୍ପତ୍ତି କେନ୍ଦ୍ର ସରକାର ନେଉଛନ୍ତି । ତେଣୁ କେନ୍ଦ୍ର ସରକାର ଆଗକୁ ଯେଉଁ ନିଷ୍ପତ୍ତି ନେବେ ତାହାକୁ ପାଳନ କରିବାକୁ ପଡ଼ିବ । ଯେହେତୁ ଦୁଇଟି ଡୋଜ୍ ନେଲା ପରେ ବି କିଛି ଲୋକ ସଂକ୍ରମିତ ହେଉଛନ୍ତି । ତେଣୁ କେନ୍ଦ୍ର ସରକାର ତୃତୀୟ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ବିଷୟରେ ଚିନ୍ତା କରିବା ଦରକାର ବୋଲି ସେମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking