29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଏହି ସବୁ ଅଭ୍ୟାସ ଯୋଗୁ ହୋଇଥାଏ ହୃଦଘାତ, ଜାଣନ୍ତୁ କାରଣ

ଏହି ସବୁ ଅଭ୍ୟାସ ଯୋଗୁ ହୋଇଥାଏ ହୃଦଘାତ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହୁ ତେବେ ଆପଣଙ୍କ ହୃଦୟକୁ ପ୍ରଥମେ ସୁସ୍ଥ ରଖିବା ଆବଶ୍ୟକ। ହେଲେ ଆଜିର ସମୟରେ ବିଜି ଜୀବନଶୈଳି ଓ ଜଙ୍ଗ ଫୁଡ୍‌ ଖାଇବାର ଅଭ୍ୟାସ ଦ୍ୱାରା ଆମେ ହୃଦୟକୁ ସୁସ୍ଥ ରଖିପାରୁ ନାହିଁ। ଯାହା ଦ୍ୱାରା ଆପଣଙ୍କ ପାଇଁ ସମସ୍ୟା ଉପୁଜିପାରେ। ଯଦି ଆପଣ ଚାହୁଁଛନ୍ତି ଯେ ହୃଦଘାତ ଭଳି ସମସ୍ୟା ନଆସୁ ତେବେ ଆପଣ କିଛି ଖରାପ ଅଭ୍ୟାସ ଛାଡ଼ିବା ଆବଶ୍ୟକ।

ଏହି ସବୁ ଲୋକଙ୍କୁ ହୋଇଥାଏ ହୃଦଘାତ 

  • ଯେଉଁ ଲୋକଙ୍କ ପେଟରେ ମେଦ ବହୁଳ ସମସ୍ୟା ରହିଥାଏ ସେମାନେ ହୃଦ ଘାତର ଶୀକାର ହେବାର ଆଶଙ୍କା ଅଧିକ ରହିଥାଏ।
  • ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟ ଏହି ରୋଗରେ ପୀଡ଼ିତ ହୋଇ ସାରିଛନ୍ତି ତେବେ ଆପଣଙ୍କ ପାଇଁ ମଧ୍ୟ ଏହା ବିପଦ ହୋଇପାରେ।
  • ଯେଉଁ ଲୋକଙ୍କର ହାଇ ବ୍ଲଡ ପ୍ରେସର ରହିଛି ସେମାନଙ୍କ ପାଖରେ ମଧ୍ୟ ହୃଦଘାତର ସମସ୍ୟା ଅଧିକ ରହିଥାଏ।
  • ଯଦି ଆପଣ ଶାରିରୀକ ପରିଶ୍ରମ କରୁ ନାହାନ୍ତି ତେବେ ଏହି ଅଭ୍ୟାସ ବଦଳାନ୍ତୁ।
  • ଯେଉଁ ଲୋକ ଠିକ୍‌ ଭାବେ ଶୋଇନଥାନ୍ତି ସେମାନଙ୍କ ପାଖରେ ମଧ୍ୟ ଏହି ସମସ୍ୟା ଦେଖା ଦେଇ ପାରେ।
  • ସମୟ ଅନୁସାରେ ନଖାଇବା ଓ ଖାଇବାର ସମୟ ବଦଳାଇବା ମଧ୍ୟ ଖରାପ ଅଭ୍ୟାସ।

ହୃଦୟକୁ ସୁସ୍ଥ ରଖିବାର ଉପାୟ

  • ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର କେବେ ହୃଦଘାତ ନହେଉ ତେବେ ଆପଣ ଜଙ୍ଗ ଫୁଡ୍‌ ଖାଇବା ଅଭ୍ୟାସ ଛାଡ଼ନ୍ତୁ। ଫଳ ଏବଂ ପନିପାରିବା ଅଧିକ ଖାଆନ୍ତୁ ଯେଉଁଥିରେ ଅଧିକ ଫାଇବରର ମାତ୍ରା ରହିଛି।
  •  ଆପଣ ଆପଣଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ୱାର୍କ ଆଉଟକୁ ସାମିଲ କରନ୍ତୁ।
  • ସିଗାରେଟ ଓ ମଦ୍ୟ ପାନ କରିବା ଦ୍ୱାରା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଏହି ସବୁ ଅଭ୍ୟାସ ଛାଡ଼ିବା ଆବଶ୍ୟକ।
  • ଖାଇବାରେ ଅଧିକ ସୋଡିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ୱାରା ବ୍ଲଡ ପ୍ରେସର ଅଧିକ ବଢ଼ିଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking