39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଶ୍ୱଶୁର ପ୍ରେମରେ ବୋହୂ ଉବୁଟୁବୁ

ଶ୍ୱଶୁର ପ୍ରେମରେ ବୋହୂ ଉବୁଟୁବୁ

ଉତ୍ତରପ୍ରଦେଶ : ଯେତେବେଳେ ବୋହୂଟିଏ ଘରକୁ ଆସେ ସେତେବେଳେ ସେ ନିଜ ଶାଶୁ ଶଶୁରଙ୍କୁ ନିଜ ବାପା ଓ ମାଆ ଙ୍କ ଭଳି ସମ୍ମାନ ଏବଂ ଭଲ ପାଇବା ଦେଇଥାଏ। ଯାହାଫଳରେ ଆଉ ପାରିବାରିକ କୋଳାହଳ ସୃଷ୍ଟି ହୋଇ ନଥାଏ। ଯାହାଫଳରେ ଦୁହିଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି ହୋଇଥାଏ। ଯେତେବେଳେ ପର ଘରୁ ଝିଅକୁ ଶଶୁର ନିଜ ବୋହୂ କରି ଆଣେ ସେତେବେଳେ ସେ ନିଜର ଝିଅ ଭଳି ଦେଖିବା ଉଚିତ ଏବଂ ତା’ର ସମସ୍ତ ଛୋଟ ବଡ଼ ଇଚ୍ଛାକୁ କରିବା ଉଚିତ। ଶଶୁର ଓ ବୋହୂ ମଧ୍ୟରେ ଥିବା ସମ୍ପର୍କକୁ ବାପ ଓ ଝିଅର ସମ୍ପର୍କ ବୋଲି ବିବେଚନା କରାଯାଏ। ଉତ୍ତରପ୍ରଦେଶରେ ଶଶୁର ଏବଂ ବୋହୂ କୁ ନେଇ ଏକ ଲଜ୍ୟାଜନକ ଖବର ସାମ୍ନାକୁ ଆସିଛି। ତେବେ ଘଟଣାରୁ ଜଣା ପଡ଼ିଛି ଯେ ଶଶୁର ଏବଂ ବୋହୂ ଫେରାର ହୋଇ ଯାଇଛନ୍ତି। ତେବେ ଆସନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା।ବୋହୁକୁ ନେଇ ଫେରାର ହୋଇଗଲେ ଶ୍ୱଶୁର । ଏପରି କଥା ହୁଏତ ଶୁଣିବାକୁ ଆପଣଙ୍କୁ ଅଜବ ଲାଗୁଥାଇ ପାରେ । ବାସ୍ତବରେ କିନ୍ତୁ ଏପରି ଘଟଣା ଘଟିଛି । ସ୍ୱାମୀକୁ ଛାଡି ସ୍ତ୍ରୀ ଶଶୁର ସାଙ୍ଗରେ ଫେରାର ହୋଇଛି। ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ୨୦୧୬ ମସିହାରେ ବଦାୟୁ ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ, ସ୍ୱାମୀ ପ୍ରାୟତଃ ମଦ ନିଶାରେ ବୁଡି ରହୁଥିଲେ। ଯାହାଫଳରେ ଦମ୍ପତ୍ତିଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଗୋଟିଏ ପଟେ ସ୍ୱାମୀ ସହ ସମ୍ପର୍କ ଭଲ ନଥିବା ବେଳେ ଅନ୍ୟପଟେ ଶଶୁରଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ଶଶୁର ମଧ୍ୟ ବୋହୂର ପ୍ରେମରେ ପଡି ଯାଇଥିଲେ। ଏହାପରେ ଦୁହେଁ ଶଶୁର ବୋହୂ ଘରୁ ଫେରାର ହୋଇଯାଇଥିଲେ। ତେବେ ସେମାନେ କୌଣସି ଏକ ମନ୍ଦିରରେ ବିବାହ ମଧ୍ୟ କରିଥିଲେ। ଏହା ଭିତରେ ସ୍ତ୍ରୀ ଛାଡପତ୍ର ମଧ୍ୟ ଦେଇ ସାରିଥିଲା। ତେବେ ସେମାନେ ଘରକୁ ନ ଆସି ଅନ୍ୟ କୌଣସି ସ୍ଥାନରେ ଭଡା ଘରେ ରହୁଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ନିଜ ବାସ ଗୃହକୁ ଫେରିଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking