32.1 C
Bhubaneswar
Thursday, May 9, 2024
Homeଓଡିଶାସ୍ୱାସ୍ଥ୍ୟନିରାପତ୍ତା ଓ ସାମାଜିକ ସୁରକ୍ଷା ଶ୍ରମିକର ମୌଳିକ ଅଧିକାର

ସ୍ୱାସ୍ଥ୍ୟନିରାପତ୍ତା ଓ ସାମାଜିକ ସୁରକ୍ଷା ଶ୍ରମିକର ମୌଳିକ ଅଧିକାର

ଦିଲ୍ଳୀ,  : ସ୍ୱାସ୍ଥ୍ୟନିରାପତ୍ତା ଓ ସାମାଜିକ ସୁରକ୍ଷା ଶ୍ରମିକର ମୌଳିକ ଅଧିକାର ଭାରତ ସମେତ ସମସ୍ତ ଦକ୍ଷିଣ ଏସିଆ ଦେଶଗୁଡ଼ିକ ଏହା କାର୍ଯ୍ୟକାରୀ ନ ହେଲେ ଶ୍ରମିକ କର୍ମଚାରୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ । ଉତ୍ତର ପ୍ରଦେଶରେ ୧୭ ଦିନ ଟଲେରେ ବନ୍ଦୀ ଥିବା ଶ୍ରମିକମାନଙ୍କର ଅବସ୍ଥା ଅନୁଧ୍ୟାନ କଲେ ଭାରତରେ ଥିବା ୯୩% ଅସଂଗଠିତ ଶ୍ରମିକମାନଙ୍କର ଅବସ୍ଥା ସହଜରେ ଅନୁମେୟ । ଭାରତରେ ଖବର ଅଧିକାର, ଶିକ୍ଷାଅଧିକାର, ଖାଦ୍ୟନିରାପତ୍ତା ଆଇନ, କାର୍ଯ୍ୟ କରିବା ଅଧିକାର, କାର୍ଯ୍ୟକ୍ଷେତ୍ରରେ ଯୌନନିର୍ଯ୍ୟାତନା ସୁରକ୍ଷା ଆଇନ ହୋଇଥିବାବେଳେ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା ଅଧିକାର ପାଇଁ ଭାରତ ସମେତ ନେପାଳ, ପାକିସ୍ତାନ, ଶ୍ରୀଲଙ୍କା, ବାଙ୍ଗେଲାଦେଶ ସମେତ ସମସ୍ତ ଦେଶରେ ଜାତୀୟ ସରକାର ଆଇନ ଆଣିବା ପାଇଁ ରାଷ୍ଟ୍ରୀୟ ମଦ୍‌ଜୁର କଂଗ୍ରେସ ଜାତୀୟ କମିଟି ଉପସଭାପତି ଡକ୍ତର ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ତା. ୨୯ ଓ ୩୦ ନଭେମ୍ବର ମାଲେସିଆର କୁଲାଲାମ୍ ଠାରେ ଅନୁଷ୍ଠିତ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଆଂଚଳିକ କମିଟିରେ ଉଦ୍‌ବୋଧନ ଦେଇ କହିଛନ୍ତି ।
ଠିକା ଶ୍ରମିକ, ପ୍ରବାସୀ ଶ୍ରମିକ ମାନଙ୍କର ଅବସ୍ଥା ସବୁଠାରୁ ସଂକଟଜନକ, ଅନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଓ ଆର୍ନ୍ତଜାତିକ ପ୍ରବାସୀ ଶ୍ରମିକ ଶ୍ରମିକଙ୍କ ପାଇଁ ଦୁଇ ଦେଶ ଓ ଦୁଇ ରାଜ୍ୟ ସରକାରରୀଙ୍କ ମଧ୍ୟରେ ମଜୁରୀ ସ୍ୱାସ୍ଥ୍ୟ ନିରାପତ୍ତା ସାମାଜିକ ସୁରକ୍ଷା ପାଇଁ ଚୁକ୍ତି ହେବା ଆଇନ ଭାରତ ବାଙ୍ଗଲାଦେଶ, ନେପାଳ, ପାକିସ୍ତାନ, ଆଫଗାନୀସ୍ଥାନ, ମାଲେସିଆ ସମସ୍ତ ଦକ୍ଷିଣ ଏସିଆଦେଶ ଗୁଡ଼ିକ, ଜାତି ସଂଘ ଦ୍ୱାରା ପ୍ରସ୍ତୁତ ପ୍ରବାସୀ ଶ୍ରମିକଙ୍କ ପାଇଁ କନଭେନସନ ଜରୁରୀକରି ଏହାକୁ ଦକ୍ଷିଣ ଏସିଆ ଶ୍ରମିକମାନଙ୍କ ପାଇର୍ ଲାଗୁ କରିବା ପାଇଁ ଶ୍ରୀ ଖୁଣ୍ଟିଆ ଦାବୀ କରି କହିଛନ୍ତି ।
ଏହି ବୈଠକରେ ଉପସଭାପତି ଶ୍ରୀ ଜେନନାନୁନ, ସାଧାରଣ ସମ୍ପାଦକ, ଶ୍ରୀ ଆମ୍ବେତ ୟୁସୁନ, ଶ୍ରୀ ଆପୋଲିନାର ଟଲୋଣ୍ଟ, ଡକ୍ଟର ରାଜୀବ ଶର୍ମା, ଶ୍ରୀମତୀ ପ୍ରେରଣା ପ୍ରସାଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking