33.1 C
Bhubaneswar
Saturday, April 27, 2024
Homeସ୍ୱାସ୍ଥ୍ୟପ୍ରହସନ ପାଲଟିଛି ପ୍ରତିଶ୍ରୁତ: ବେନିଆବନ୍ଧରେ କିଡିନୀ ରୋଗ ଆତଙ୍କ

ପ୍ରହସନ ପାଲଟିଛି ପ୍ରତିଶ୍ରୁତ: ବେନିଆବନ୍ଧରେ କିଡିନୀ ରୋଗ ଆତଙ୍କ

ସଇଁନ୍ତଲା : ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହା ଗତ ବର୍ଷ ଏପ୍ରିଲ ୫ରେ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଥିଲେ । ଏନେଇ ଦଳର ନେତୃବୃନ୍ଦ ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ କିଡିନୀ ରୋଗରେ ପୀଡିତ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବେନୁଆବନ୍ଧ ଗ୍ରାମକୁ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ରଖିବା ଚର୍ଚ୍ଚାର ବିଷୟ ହୋଇଥିଲା ।ଦୁଇ କେନ୍ଦ୍ର କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ,ଧର୍ମେନ୍ଦ୍ର ପଧାନ,ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା,ପୂର୍ବତନ ସାଂସଦ ସଙ୍ଗିତା ସିଂଦେଓ,ପୂର୍ବତନ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓ,ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ବେନିଆବନ୍ଧ ଗ୍ରାମରେ ପଂହଚି ସ୍ଥିତି ପରଖିଥିଲେ । ଗ୍ରାମର ନଳକୂଅ ଗୁଡିକୁ ଯାଇ ଶ୍ରୀ ସାହା ପାଣି ଦେଖିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଗ୍ରାମରେ କିଡନୀ ରୋଗରେ ମୃତ ଏବଂ ପୀଡିତାଙ୍କୁ ଭେଟିବା ସହ ତାଲିକା ନେଇଥିଲେ । ଏନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବରେ ପାଖ ଲାନ୍ଥ ନଦୀରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଗ୍ରାମବାସୀଙ୍କ ଲିଖିତ ଦାବି ନେଇ ଖୁବ ଶୀଘ୍ର କାର୍ଯ୍ୟନ୍ନୟନ ହେବ ବୋଲି କହିଥିଲେ । କିନ୍ତୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ପ୍ରତିଶ୍ରୁତି ପ୍ରହସନ ପାଲଟିଛି । ଗ୍ରାମକୁ ସ୍ଥିତି ପରିଖିବା ପାଇଁ ଆମ ପ୍ରତିନିଧି ପହଂଚିଥିବା ବେଲେ ଅବସ୍ଥା ପୂର୍ବରୁ ପରି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କିଡନୀ ରୋଗରେ ମୃତକ ସଂଖ୍ୟା ତାଲିକା ବୃଦ୍ଧି ପାଇବାରେ ଲାଗିଥିବା ବେଲେ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଦୂଷିତ ପାଣି ପିଇ କିଡନୀ ରୋଗରେ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ଦୀପ,ଭିକାରି ଜାଲ,ସରସ୍ୱତୀ ଦୀପ,ଫଗୁନି ଦୀପ,କଠଲୁ ମହାନନ୍ଦ,ଦଲିତ ସାଗର,ଗୈାରି ସାଗର,ଭୁଜେଶ୍ୱର ଭୋଇଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି ।ସେଭଳି କିଡନୀ ରୋଗ ଆକ୍ରାନ୍ତଙ୍କ ଦିନକୁ ଦିନ ବଢିବାରେ ଲାଗିଛି ।ଗ୍ରାମର ସୁରକ୍ଷା ମହାନନ୍ଦ,ଯୁଗେଶ୍ୱର ମହାନନ୍ଦ,ନରେନ୍ଦ୍ର ମହାନନ୍ଦ,ସୁରେବାଲି ମହାନନ୍ଦ,ମହାଦେବ ଦୀପ,ଫଟୁ କୁମ୍ଭାର,ଅଷ୍ଟମି ଜାଲ ପ୍ରମୁଖ ଜୀବନ ସହ ସଂଘର୍ଷ କରୁଛନ୍ତି । ଗାଁ’ରେ ୫୦ରୁ ଉର୍ଦ୍ଧ ପରିବାର ବାସବାସ କରନ୍ତି । ପ୍ରାୟ ୧୫ ବର୍ଷରୁ ଅଧିକ ହେବ ଗାଁରେ କିଡନୀ ରୋଗର ପ୍ରକୋପ ଲାଗି ରହିଛି । ସରାକାରୀ ସ୍ତରରେ ଯାଂଚ ପରେ ପାଣିରେ ଫ୍ଲୋଲାଇଡ ଅଧିକ ଥିବା ଜଣାପଡିଛି । ହେଲେ ସରକାରୀ ସ୍ତରରେ ଅଦ୍ୟାବଧି କୈାଣସି ତତ୍ପରତା ପ୍ରକାଶ ପାଇଁନାହିଁ । ତେବେ ଏହି ଗ୍ରାମକୁ ଅନେକ ନେତା ମନ୍ତ୍ରୀ ଆସି ମାଲମାଲ ପ୍ରତିଶୃତି ଦେଲେ ହେଲେ ଫଲ ସୁନ୍ୟ । କେବେ ଏହି ଗ୍ରାମବାସୀ କିଡନୀ ରୋଗରୁ ମୁକ୍ତ ହେବେ ତାହା ଦେଖିବାକୁ ବାକୁରହିଲା । ଯଦି ଆଗାମି ଦିନରେ ଜିଲ୍ଲା ପ୍ରଶାସନ ସମସ୍ୟାର ସମାଧାନ ନକଲେ ଜୋରଦାର ଆନେ୍ଧାଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking