28.1 C
Bhubaneswar
Saturday, May 9, 2026
Homeଓଡିଶାବ୍ୟାସନଗରରେ ହର୍ ଘର୍ ତିରଙ୍ଗା କାର୍ଯକ୍ରମ

ବ୍ୟାସନଗରରେ ହର୍ ଘର୍ ତିରଙ୍ଗା କାର୍ଯକ୍ରମ

ଯାଜପୁର : ୭୮ତମ ସ୍ବାଧିନତା ଦିବସକୁ ସ୍ମରଣୀୟ କରିବା ଏଵଂ ସ୍ଵାଧୀନତା ସଂଗ୍ରାମୀ , ସହୀଦ ଓ ବିର ଜୱlନ୍ ମାନଙ୍କ ତ୍ୟାଗ , ବଳିଦାନ କୁ ସମ୍ମାନ ନିମନ୍ତେ ବ୍ୟାସନଗର ରେ ଆଜି ଏକ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ଯାଜପୁର ରୋଡ ସିଭିଲ ସୋସାଇଟି ଏଵଂ ଆଦର୍ଶ ୟୋଗ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଅନୁଷ୍ଟିତ ହୋଇ ଯାଇଛି l
ଆବାହକ ଆଇନଜୀବୀ ବିବେକାନନ୍ଦ ମହାନ୍ତି ଙ୍କ ସଞ୍ଚାଳନ ରେ ଅନୁଷ୍ଟିତ କାର୍ଯ୍ୟକ୍ରମ କୁ ବାରିଷ୍ଠ ସାମ୍ବାଦିକ ସଂଗ୍ରାମ କୁମାର ସିଂହ ଉଦ୍ଘାଟନ କରି ଏହା ପ୍ରତ୍ୟେକ ନାଗରିକ ମାନଙ୍କର କର୍ତ୍ତବ୍ୟ ଦେଶ ଓ ଜାତି ପ୍ରତି ଉତ୍ତର ଦାୟିତ୍ଵ ରହିବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ, ସମ୍ମାନିତ ଅତିଥି ଭାବେ ସମାଜ ର ଜିଲ୍ଲା ପ୍ରତିନିଧି ଚିନ୍ତାମଣି ପାଢ଼ୀ ଯୋଗଦେଇ ତୀରଙ୍ଗା ଯାତ୍ରୀ ମାନଙ୍କୁ ଉତ୍ସାହିତ ସହିତ ଜାତିୟ ପତାକା ର ଟେକ ଓ ସମ୍ମାନ ଅକ୍ଷୁର୍ଣ୍ଣ ରଖିବା କୁ ନିବେଦନ କରିଥିଲେ। ପ୍ରଥମେ ଏହି ଯାତ୍ରା ଯୋଗ କେନ୍ଦ୍ର ରୁ ବାହରି କଳିମେଲଣ ପଡିଆ ଦେଇ ଦୂର୍ଗା କଲୋନି ସ୍ଥ ହରେକୃଷ୍ଣ ଭବନ୍ ରେ ପହଞ୍ଚି ଥିଲା ଓ ସେଠାରେ ଏକ ଜାତୀୟତା ବୋଧର ଏକ ସଭା ହୋଇ କାର୍ଯ୍ୟ କ୍ରମ ଶେଷ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ୟୋଗ ଗୁରୁ ବଟକୃଷ୍ଣ ପ୍ରଧାନ , ପ୍ରଭାରୀ ମହେଶ୍ୱରପ୍ରଧାନ, ରାଜେନ୍ଦ୍ର କୁମାର ପାଣିଗ୍ରାହୀ,କୈଳାଶ ଚନ୍ଦ୍ର ବେହେରା, ପ୍ରଫୁଲ୍ଲ କୁମାର ଜେନା, ବିଶ୍ୱଜିତ୍ ପରିଡ଼ା,ନିରଞ୍ଜନ ଜେନା, ଶାରଦା ପ୍ରସାଦ ମହାନ୍ତି, ସନ୍ଧ୍ୟା ରାଣୀ ଜେନା,ବିନୋଦିନୀ ବଳ, ବନିତା ପରିଡ଼ା , ପ୍ରଭାସିନୀ ଦାସ , ପୁଷ୍ପଲତା ଜେନା,କୁନି ପୁହାଣ , ଫିଟ୍ ଏଣ୍ଡ ଫାଇନ ର ସମ୍ପାଦକ ଅକ୍ଷୟ କୁମାର ଦେଓ,ଆଇନଜୀବୀ ଦିଲ୍ଲୀପ କୁମାର ନାୟକ, ପ୍ରବୀର୍ କୁମାର ରାଉତ , ସନାତନ ମଲ୍ଲିକ ଉକ୍ତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking