40.1 C
Bhubaneswar
Tuesday, April 30, 2024
Homeଓଡିଶାଶତାୟୁ ନୌପଡା ରେଳପଥ କୁ ଅବହେଳା, ଗୁଣୁପୁର ରେ ତୀବ୍ର ଅସନ୍ତୋଷ

ଶତାୟୁ ନୌପଡା ରେଳପଥ କୁ ଅବହେଳା, ଗୁଣୁପୁର ରେ ତୀବ୍ର ଅସନ୍ତୋଷ

ଗୁଣୁପୁର : ପୁରାତନ ଶତାୟୁ ରେଳ ପଥ କୁ ପୁଣି ଅବହେଳା । ଚଳିତ ରେଳ ବଜେଟ ରେ ମାତ୍ର ଏକ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହାକୁ ନେଇ ଗୁଣୁପୁର ନାଗରିକ ମଞ୍ଚ ତୀବ୍ର ଅସନ୍ତୋଷ ପ୍ରକାଶ କରି ଛି । ଏଥି ସହ ଆଗମୀ ସପ୍ତାହ ମଧ୍ୟରେ ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଆମରଣ ଅନଶନ କରିବାକୁ ଚେତାବନୀ ଦିଆଯାଇଛି । ଏହି ପ୍ରସ୍ତାବିତ ରେଳ ଲାଇନ ସମ୍ପ୍ରସାରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ରାଜ୍ୟ ସରକାର ଏଯାଏଁ ଜମି ଅଧିଗ୍ରହଣ କାର୍ଯ୍ୟ ଓ 50 ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ରଖିନାହାଁନ୍ତି । ତେଣୁ ଏହି ପ୍ରକଳ୍ପ କାର୍ଯ୍ୟ ଇଞ୍ଚେ ବି ଆଗେଇ ପାରୁନାହିଁ । ଏଥିସହ ସ୍ଥାନୀୟ ଜନ ପ୍ରତିନିଧି ମାନେ ଶାଣିତ ଭାବେ ଅଞ୍ଚଳର ସମସ୍ୟା ଓ ଏହି ପ୍ରକଳ୍ପର ରୂପରେଖ ଓ ଲାଭ ସମ୍ପର୍କରେ ରେଳ ବିଭାଗ ନିକଟରେ ଠିକ ଢଙ୍ଗରେ ଦାବୀ ଉପସ୍ଥାପନ କରୁ ନ ଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି କୁହାଯାଇଛି । କେବଳ ନାମକୁ ମାତ୍ର ଥରେ ଦୁଇ ଥର ପତ୍ର ଲେଖି କାମ ସାରି ବସି ଯାଉଥିବା ଅଭିଯୋଗ ହୋଇଛି । ଆରଓଆର୍ କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କାଦୁଅ ଫିଙ୍ଗା ନୀତି ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟ କୋମା ରେ ରହିଯାଇଛି । ରାଜ୍ୟ ସରକାର ଯଦି 50 ଭାଗ ଅର୍ଥ ବହନ କରିବେ ଓ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପାଦନ କରିବେ ତେବେ ଏହି ପ୍ରକଳ୍ପ ପାଇଁ ବାଟ ଫିଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking