ଭୁବନେଶ୍ୱର : ପଳାଶପଲ୍ଲୀ ଦିବ୍ୟାଙ୍ଗ ଯୌନ ନିର୍ଯ୍ୟାତନା ମାମଲାରେ ଏହି ମହାସଂଘର ସମ୍ପାଦକ ସୁରେଶ ବେହେରାଙ୍କ ସମେତ ଅନ୍ୟ ୫ ଜଣଙ୍କ ପୋଲିସ ଗିରଫ କରିଛି । ଏହାସହ ଦିବ୍ୟାଙ୍ଗ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହ ଏହି କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ କରୁଥିବା ଖୋର୍ଦ୍ଧା ଡିଏସଏସଓ ସଙ୍ଗ୍ରାମ ଦାସ, କଟକ ଓ ଭୁବନେଶ୍ୱରର ଜଣେ ଜଣେ ଦଲାଲ ଓ ସେହି ଅନୁଷ୍ଠାନର ଜଣେ କର୍ମକର୍ତ୍ତା ଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।
ସୂଚନା ଅନୁସାରେ ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଥିବା ତାଲିମକେନ୍ଦ୍ରରେ ସେକ୍ସ ରାକେଟ ଚାଲିଥିବା ସେହି ତାଲିମ କେନ୍ଦ୍ରର ଅନ୍ତେବାସୀ ଖୁଲାସା କରିଥିଲେ । ସେମାନଙ୍କ ଅଭିଯୋଗ ମୁତାବକ ତାଲିମ କେନ୍ଦ୍ରରେ ପର୍ଯ୍ୟବେକ୍ଷଣ ପାଇଁ ଆସୁଥିବା ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏହିଠାରେ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା ରହିଥିଲା ।