33.1 C
Bhubaneswar
Thursday, April 25, 2024
Homeଅପରାଧବଣଭୋଜିରେ ଗଣଦୁଷ୍କର୍ମ : ୨ ଗିରଫ

ବଣଭୋଜିରେ ଗଣଦୁଷ୍କର୍ମ : ୨ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ବଣଭୋଜି କରିବାକୁ ଆସିଥିବା ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲାର କୋଟଗଡ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ଏହି ଅଞ୍ଚଳର ୨ ଜଣ ଯୁବକ ଓ ୩ ଯୁବତୀ ଏକାଠି ବଣଭୋଜି କରିବା ପାଇଁ ଘର ନିକଟରୁ ଏକ ସ୍ଥାନକୁ ଯାଇଥିଲେ । ଭୋଜି ସାରିବା ପରେ ୨ ଜଣ ଯୁବତୀ ନିଜ ଘରକୁ ଫେରି ଆସିଥିଲେ ଓ ଆଉ ଜଣେ ସେଠାରେ ରହି ଯାଇଥିଲେ ।

ଏହି ସମୟରେ ସାଙ୍ଗରେ ଯାଇଥିବା ୨ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ ଓ ତାଙ୍କୁ ସେଠାରେ ଛାଡି ପଳାଇ ଯାଇ୍‌ଥିଲେ । ଯୁବତୀ ଜଣକ ଘରକୁ ନଫେରିବାରୁ ଘର ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଖୋଜାଖୋଜି କରିବା ସହ ଭୋଜି କରିଥିବା ସ୍ଥାନରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ପରେ ଡାକ୍ତରୀ ମାଇନା ପାଇଁ ପଠାଇଛି ଓ ୨ ଜଣ ଯୁବକ ଓସେଫ ବଡମାଝୀ ଓ ନିଳାମ୍ବର ବଡମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking