39.1 C
Bhubaneswar
Friday, April 26, 2024
Homeଅପରାଧ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ : ଦିନକୁ ଦିନ ଦେଶ ହେଉ କିମ୍ବା ରାଜ୍ୟ ଅପରାଧ ବଢ଼ିବାରେ ଲାଗିଛି। ମର୍ଡର, ଲୁଟ ଭଳି ଗଞ୍ଜେଇ, ବ୍ରାଉନସୁୁୁଗର ଏପରି ନିଶାଦ୍ରବ୍ୟ ଚୋରା ଚାଲାଣ ଅପରାଧ ଘଟୁୁୁଛି। ଏହାରି ମଧ୍ୟରେ ଆଜି କୋରାପୁଟ ସ୍ଥିତ ଦୋରାଗୁଡ଼ା ଛକରୁ ଏକ ବୋଲେରୋ ସହ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏନେଇ ୩ ଜଣଙ୍କୁ ଗିରଫ କରିଛି ବୈପାରିଗୁଡ଼ା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁରର ଅର୍ଜୁନ ମାଚା, ଝାଡ଼ିଆଗୁଡାର ମହେନ୍ଦ୍ର ବାଗ ଏବଂ ଜୟପୁରର ଖପତି ବାଲିପୁଟିଆ।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ପୁଲିସ କୌଣସି ସୂତ୍ରରୁ ଏକ ପିକଅପ୍ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇଥିଲା। ଏହାପରେ ଡିଏସପି ଅଂଶୁମାନ ଦ୍ବିବେଦୀଙ୍କ ନିର୍ଦେଶରେ ଉକ୍ତ ପିକଅପ୍ ଭ୍ୟାନ୍କୁ ଜବତ କରାଯାଇଥିଲା। ସେଥିରୁ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା।
https://onakhabar.com/2020/06/15/petrol-diesel-price/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking