32.1 C
Bhubaneswar
Saturday, May 18, 2024
Homeଓଡିଶାପାର୍ବଣ କଟକଣା ନେଇ ଏସଆରସିଙ୍କ ଘୋଷଣା; ବଢିବନି ମୂର୍ତ୍ତି ଉଚ୍ଚତା

ପାର୍ବଣ କଟକଣା ନେଇ ଏସଆରସିଙ୍କ ଘୋଷଣା; ବଢିବନି ମୂର୍ତ୍ତି ଉଚ୍ଚତା

ଭୁବନେଶ୍ୱର: କୋଭିଡ ଗାଇଡଲାଇନ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇ କହିଛନ୍ତି, କୋଭିଡ ଗାଇଡଲାଇନ ମାନି ନୂଆଖାଇ ପାଳନ କରିବା ଉଚିତ । ମନ୍ଦିରରେ ଭିଡ କରିବାନି, ନିଜ ପରିବାର ଓ ଗାଁ କୁ ସୁରକ୍ଷିତ ରଖିବା । କରୋନାର ଦ୍ୱିତୀୟ ଲହରି ଏପର‌୍ୟ୍ୟନ୍ତ ଶେଷ ହୋଇନି । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନାର ପ୍ରଭାବ ବଢିଛି । ଓନାମ ପରବର୍ତ୍ତୀ ସମୟରେ କେରଳରେ ପୁଣି ସଂକ୍ରମଣ ବଢିଛି । କୁମ୍ଭମେଳା ଏବଂ ଓନାମରୁ ଆମକୁ ବହୁତ କିଛି ଶିଖିବାର ଅଛି । ପାର୍ବଣ ଋତୁ ଆସିଛି । ୨ୟ ଲହର ଚାଲିଛି । ୩ୟ  ଲହର ସମ୍ଭାବନା ଅଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ କରିଥିଲେ । ତେବେ ମୂର୍ତ୍ତି ଉଚ୍ଚତା ବଢିବନି ବୋଲି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଅଗଷ୍ଟ ୯ରେ ଜାରି ଗାଇଡଲାଇନ ବଳବତ୍ତର ରହିବ ।
ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛେ । ଏବର୍ଷ ନିରାଡମ୍ବର ଭାବେ ପୂଜା ପାଳିବା । ମା ଙ୍କୁ ପ୍ରାର୍ଥନା କରିବା ଆଗାମୀ ବର୍ଷ ଯେମିତି ସବୁ ଭଲରେ ହେବ । ଗାଇଡଲାଇନ କୋହଳ ନେଇ କଟକର ପୂଜା କମିଟି ଆଲୋଚନା କରିଥିଲେ । ଲୋକ ପ୍ରତିନିଧି, ପୂଜା କମିଟି ସଦସ୍ୟ ଆଲୋଚନା କରିଥିଲେ । ଜନସାଧାରଣଙ୍କ ହିତ ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ୪ ଫୁଟ ମୂର୍ତ୍ତି କରି ଏଥର ନିରାଡମ୍ବର ଭାବେ ପୂଜା କରିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking