31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୭ ମାସ ପରେ ଚୀନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

୭ ମାସ ପରେ ଚୀନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ : ୭ ମାସ ମଧ୍ୟରେ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପ୍ରଥମ କରି ଫୋନରେ ଚୀନର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା କରି କହିଥିଲେ ଯେ , ଆମେରିକା-ଚୀନ୍‌ ପ୍ରତିଯୋଗିତା ‘ସଂଘର୍ଷ’କୁ ଆମନ୍ତ୍ରଣ କରିବା ଅନୁଚିତ । ସୂଚନା ଅନୁସାରେ, ହ୍ୱାଇଟ ହାଉସର ଜଣେ ଅଧିକାରୀଙ୍କ କହିବାନୁସାରେ, ଉଭୟ ଦେଶ ବିକାଶ ଓ ସମୃଦ୍ଧିରେ ସହଭାଗିତା ହେବା ପାଇଁ ଆଲୋଚନା କରିଛନ୍ତି ।

ଭବିଷ୍ୟତରେ ଏପରି କୌଣସି ପରିସ୍ଥିତି ନ ଉପୁଜେ ଯାହା ଯୁଦ୍ଧର ରୂପ ନେବ । ଏହି ଆଲୋଚନା ସେତେବେଳେ ହୋଇଛି ଯେତେବେଳେ ଚୀନ ଦ୍ୱାରା କରାଯାଉଥିବା ସାଇବର ଚୁକ୍ତିର ଉଲ୍ଲଙ୍ଘନ, କରୋନା ମହାମାରୀ ବିରୋଧରେ ଖାମଖିଆଲ ମନୋଭାବ ପାଇଁ ଆମେରିକା ଅସନ୍ତୁଷ୍ଟ ଅଛି ।

ନିକଟରେ ଆମେରିକା ଚୀନର ବାଣିଜ୍ୟ ନିୟମକୁ ଜବରଦସ୍ତି ଓ ଅନୁଚିତ କହିଥିଲା । ମୁଖ୍ୟତଃ ଶାନ୍ତି ପ୍ରତିଷ୍ଠା ଓ ଉତ୍ତେଜନା ପ୍ରଶମିତ ଦିଗରେ ଏହି ଆଲୋଚନା ହୋଇଥିଲା । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଆଗ୍ରହୀ ବୋଲି ରାଷ୍ଟ୍ରପତି ବାଇଡେନ୍‌ ଗୁରୁତ୍ବାରୋପ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଯେମିତି ସଂଘର୍ଷର ମୋଡ଼ ନ ନିଏ ସେଥିପ୍ରତି ସମଗ୍ର ବିଶ୍ବ ଏବଂ ଦୁଇ ନେତା ଦାୟିତ୍ବବାନ ହେବା ଉଚିତ ବୋଲି ସେମାନେ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking