42.1 C
Bhubaneswar
Saturday, April 27, 2024
Homeଓଡିଶାବଢୁଛି ତାତି; ୪୦ ଡିଗ୍ରୀ ଛୁଇଁବ ପାରଦ

ବଢୁଛି ତାତି; ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମାଲକାନଗିରି, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ,ଭବାନୀପାଟଣା ଓ ନୟାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ସେହିପରି ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, , ନବରଙ୍ଗପୁର, ରାୟଗଡ଼ର, ଭୁବନେଶ୍ୱର, ଚାନ୍ଦବାଲି, ଭଦ୍ରକ, ବାରିପଦା, ଢେଙ୍କାନାଳ ଓ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ରହିଛି । ଆସନ୍ତାକାଲି ଖରା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ଆସନ୍ତାକାଲି ୪୦ ଡିଗ୍ରୀ ଛୁଇଁପାରେ। ନୟାଗଡ଼, ଭବାନୀପାଟଣା ଓ ବଲାଙ୍ଗିର ଆଦି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ରହିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking