26.1 C
Bhubaneswar
Thursday, April 30, 2026
Homeଓଡିଶାଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ପରିଦର୍ଶକ । ୧୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ବିଲ୍ ପାସ କରି ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ସୂଚନା ଅନୁସାରେ, ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ପରିଦର୍ଶକ ଜଣେ ବ୍ୟକ୍ତିଙ୍କ ଠାରୁ ଜମିପଟାକୁ ନେଇ ବିଲ ପାସ କରିବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ତାଙ୍କ କାମ ହୋଇପାରିବ ନାହିଁ ବୋଲି ମୃତ୍ତିକା ସଂରକ୍ଷଣ ପରିଦର୍ଶକ କହିଥିଲେ। ତେଣୁ ବ୍ୟକ୍ତି ଜଣଙ୍କ ସମସ୍ତ ଘଟଣା ବାବଦରେ ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନା ମୁତାବକ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ପଟାଭାଡ଼ି ଠାରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲେ। ଏହାପରେ ସମସ୍ତ ଲାଞ୍ଚ ଟଙ୍କାଙ୍କୁ ଜବତ କରିବା ସହିତ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking