କନ୍ଧମାଳ : ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଂ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକଙ୍କ ନାମ ଭକ୍ତରାମ ପୁଜାରୀ । ସୂଚନା ଅନୁସାରେ, ଭକ୍ତରାମ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ଫେରି ନ ଥିଲେ । ଏହା ପରେ ତାଙ୍କର ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର ସନ୍ଧାନ ପାଇନଥିଲେ । ଏହା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।