33.1 C
Bhubaneswar
Saturday, April 27, 2024
Homeକରୋନା୧୪ରେ ଲକ୍ ଡାଉନ ଉଠିବା ଆଶା କ୍ଷୀଣ

୧୪ରେ ଲକ୍ ଡାଉନ ଉଠିବା ଆଶା କ୍ଷୀଣ

ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରେ ଶେଷ ହେବାକୁ ଯାଉଛି ଲକ୍ ଡାଉନ ଅବଧି । ଗତ ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ଏହି ଲକଡାଉନର ଅବଧି ଶେଷ ହେବା ପୂର୍ବରୁ ଏହା ପୁଣି ବଢିପାରେ ବୋଲି କେନ୍ଦ୍ର ସରକାର ସଂକେତ ଦେଇଛନ୍ତି । ଆଜି ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜନୈତିକ ଦଳର ନେତା ମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । କହିବାକୁ ଗଲେ ଗୋଟିଏ ଦିନରେ ଏହି ଲକ୍ ଡାଉନ ଉଠାଇବା ସମ୍ଭବପର ନୁହେଁ, ସେଥିପାଇଁ ପର୍ଯ୍ୟାୟ କ୍ରମେ ଲକ୍ ଉଠାଇବାକୁ ସରକାର ଚିନ୍ତା କରୁଛନ୍ତି । ଏହାସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ୧୧ ତାରିଖରେ ଆଲୋଚନା ପରେ ଏହି ନିଷ୍ପତି ନିଆଯିବ ବୋଲି ସରକାର କହିଛନ୍ତି । ତେବେ ଏହି ଖବରକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜର ମତ ଟ୍ୱିଟ ଜରିଆରେ ରଖିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କହିଛନ୍ତି କେନ୍ଦ୍ର ତଥା ଅନ୍ୟ ସମସ୍ତ ରାଜ୍ୟ ସରକାର ଲକ୍ଡାଉନ୍ ଅବଧି ମଧ୍ୟରେ ରାଜସ୍ୱ ହରାଇଛନ୍ତି। ଏହାର ଏକମାତ୍ର ସକରାତ୍ମକ ଫଳାଫଳ ହେଉଛି ଯେ ଆମେ ଆମର ଲୋକଙ୍କୁ ସୁରକ୍ଷା ଦେବାରେ ସକ୍ଷମ ଅଟୁ । ଏହି ଲକ୍ ଡାଉନ ପିରିୟଡକୁ ଆହୁରି ବୃଦ୍ଧି କରାଯାଉ ବୋଲି ସେ କହିଛନ୍ତି । ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଯଦି ଲକ୍ ଡାଉନକୁ ବୃଦ୍ଧି କରିବା ଆବଶ୍ୟକ ଅଛି, ତାହେଲେ ଆମର କୌଣସି ଆପତି ନାହିଁ । ଲୋକଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ଲକ୍ ଡାଉନକୁ ହଠାତ୍ ନଉଠାଇ ପର୍ଯ୍ୟାୟ କ୍ରମେ ଉଠାଇବା ଆବଶ୍ୟକ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking