ଭୁବନେଶ୍ୱର: ବିଜେପି କୋର କମିଟି ବୈଠକ ପରେ ରାଜସ୍ୱ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ନିଗମ,ବୋର୍ଡ, କମିଶନ ଓ ଜିଲ୍ଲା ପ୍ଲାନିଙ୍ଗ ବୋର୍ଡକୁ ନେଇ ବୈଠକରେ ଆଲୋଚନା ହୋଇଛି । ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିର ବୈଠକରେ ଏନେଇ ଆଲୋଚନା ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ଚୟନ ଓ ନିଯୁକ୍ତ ପ୍ରକ୍ରିୟା ଶେଷ ହେବ । ଏହା ଛଡା ଅନ୍ୟାନ୍ୟ ଗୁରୁତ୍ୱପୂରର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ସାଂଗଠନିକ ନିର୍ବାଚନ, ରାଜ୍ୟ ସଭାପତି ଚୟନକୁ ନେଇ ଆଲୋଚନା, ୮ ମାସରେ ସରକାରଙ୍କ ଗତିବିଧି, କାର୍ଯ୍ୟକୁ ନେଇ ଆଲୋଚନା, ସରକାର ଓ ସଂଗଠନ ଭିତରେ ସମନ୍ୱୟ ନେଇ ଆଲୋଚନା ହୋଇଥିଲା ।