32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଶସ୍ତା ହେଲା ସୁନା

ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ଦେଶରେ ବର୍ତମାନ ପାର୍ବଣର ଋତୁ ଚାଲିଛି । ଏମିତିରେ ବଜାରରେ ସୁନା ଓ ରୂପା କିଣିବା ପାଇଁ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳୁଛି । ଯଦି ଆପଣ ବି ଏହି ଦୀପାବଳୀ ଅବସରରେ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି । କହିରଖୁଛୁ, ସୁନା ଦାମରେ ଭାରି ମାତ୍ରାରେ ହ୍ରାସ ହୋଇଛି । ଭୋପାଳରେ ୪ ନଭେମ୍ବରରେ ଅର୍ଥାତ ଆଜି ୨୨ କ୍ୟାରେଟର ଏକ ଗ୍ରାମ ସୁନାର ଦାମ ୪୫୭୨ ଟଙ୍କା ରହିଛି । ଯେତେବେଳେ କି ବୁଧବାର ତୁଳନାରେ ୨୫ ଟଙ୍କା କମ୍ । ଇନ୍ଦୋରରେ ବି ସୁନାର ଏହି ଦର ରହିଛି । ସେହିଭଳି ବୋପାଳରେ ୨୪ କ୍ୟାରେଟ ସୁନା ମୂଲ୍ୟ ଗ୍ରାମ ପିଛା ୪୮୦୧ ଟଙ୍କା ରହିଛି । ବୁଧବାର ଏହାର ଦାମ ୪୮୨୭ ଥିଲା । ଗୋଟିଏ ଦିନରେ ସୁନାରେ ଭାରିମାତ୍ରାରେ ମୂଲ୍ୟ ହ୍ରାସ ହୋଇଛି । ସେହିପରି ଲୋକେ ପାର୍ବଣରେ ରୂପାକୁ ବି ପସନ୍ଦ କରନ୍ତି । ଭୋପାଳରେ ବର୍ତମାନ ରୂପା ଦର ୬୭.୬ ଟଙ୍କା ପ୍ରତି ଗ୍ରାମ ରହିଛି । ସୁନା ଭଳି ରୂପା ଦରରେ ବି ହ୍ରାସ ପରିଲକ୍ଷିତ ହୋଇଛି । ଯଦି କିଲୋଗ୍ରାମ କଥା କହିବା ତେବେ ରୂପା କିଲୋ ୬୭୬୦୦ ଟଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking